Thursday, November 12, 2026
Home ଆଞ୍ଚଳିକ ପିପିଇ କିଟ୍ ପିନ୍ଧି ବୁଲିଲେ ରାକ୍ଷୀ

ପିପିଇ କିଟ୍ ପିନ୍ଧି ବୁଲିଲେ ରାକ୍ଷୀ

11

ନୂଆଦିଲ୍ଲୀ, ୨୪/୦୪/୨୧ (ଜିଲ୍ଲା ଖବର): ଏବେ ପୁଣି ଥରେ କରୋନାକୁ ନେଇ ସମସ୍ତଙ୍କ ମନ ଭିତରେ ପ୍ରବଳ ଭୟ ରହିଛି । କାହିଁକି ନାଁ , କରୋନାର ଦ୍ୱିତୀୟ ଲହରୀ ଏବେ ହୁ ହୁ ହୋଇ  ବଢି ଚାଲଛି । ଅନେକ୍ ଲୋକ କରୋନା ସଂକ୍ରମିତ ହେଉଛନ୍ତି ।  ଆଉ କେହି କେହି କରୋନାରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ଯାହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାର  ଭୟ ରହିଛି ।  କରୋନାରୁ ବଞ୍ଚିବା ପାଇଁ ସାଧାରେଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା,ସେଲିବ୍ରେଟି ଯାଏଁ ସମସ୍ତେ ସାବଧାନତା ଅବଲମ୍ବନ କରୁଛନ୍ତି । ତେବେ ଏହାରି ମଧ୍ୟରେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କର କିଛି ଫଟୋ ସାମ୍ନାକୁ ଆସିଛି ।  ଯାହାକୁ ଦେଖିଲେ ଲାଗୁଛି ତାଙ୍କ ମନରେ ମଧ୍ୟ ଡର ଭରି ରହିଛି ।  ଯେଉଁଥିପାଇଁ ସେ ଗ୍ଲାମରସ ଲୁକ୍ ଛାଡି ନିଜକୁ ପିପିଇ କିଟରେ କଭର କରିଛନ୍ତି । ନିକଟରେ ରାକ୍ଷୀଙ୍କର କିଛି ଫଟୋ ସାମ୍ନାକୁ ଆସିଛି , ଯେଉଁଥିରେ  ସେ ବ୍ଲୁ କଲର ପିପିଇ କିଟ୍ ପିନ୍ଧିଥିବା ନଜର ଆସୁଛନ୍ତି । ଏହା ସହିତ ବ୍ଲୁ କଲର ମାସ୍କ ମଧ୍ୟ ପିନ୍ଧିଛନ୍ତି ସେ । ସେ ନିଜକୁ ଏକଦମ୍ କଭର କରି ରଖିଛନ୍ତି । ନିଜର ଗ୍ଲାମରସ୍ ଅନ୍ଦାଜରେ ସମସ୍ତଙ୍କୁ ଆକର୍ଷିତ କରୁଥିବା ରାକ୍ଷୀ ସାୱନ୍ତ, ପିପିଇ କିଟରେ ନଜର ଆସୁଛନ୍ତି । ଫଟୋରେ ତାଙ୍କର ଏକ୍ସପ୍ରେସନ୍ ମଧ୍ୟ ଏକଦମ୍ ଦେଖିବା ଭଳି ରହିଛି ।  ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ  ଭାଇରାଲ ହେବାରେ ଲାଗିଛି ।