Sunday, November 15, 2026
Home ଆଞ୍ଚଳିକ ଦୁଇ ମୃତ ଓ ଜଣେ ଗୁରୁତର

ଦୁଇ ମୃତ ଓ ଜଣେ ଗୁରୁତର

16

କନ୍ଧମାଳ,୨୪/୦୪/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କୋଟପଡ଼ିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡିକାଲ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଂଚାୟତର ବିଗା ପଦର ଗାଁର ତିନି ଯୁବକ ବାଲିଗୁଡାରୁ ନିଜ ଗାଁକୁ ବାଇକରେ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଗାଡି ଛାଡି ଫେରାର ହୋଇଥିବାବେଳେ ବାଲିଗୁଡା ପୋଲିସ ଉକ୍ତ ଟ୍ରାକ୍ଟରକୁ ଜବତ କରିଛି । ମୃତକ ହେଲେ ବିଗାପଦର ଗାଁର ରାଧେକୃଷ୍ଣ ପୂଜାରୀ ଓ ଦଶରଥ ବିଶିମାଝି ।