
ଆସିକା,୨୨/୪(ଜିଲ୍ଲା ଖଵର) : ଆସିକା ବାବନପୁର ପଞ୍ଚାୟତ ସ୍ଥିତ ଡେନିସେଣ୍ଟର ଠାରେ ୧୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।କରୋନା ଆକ୍ରାନ୍ତ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗୀକ ବ୍ୟବସ୍ଥା ମାନ ଗ୍ରହଣ କରାଯାଉଛି।

ଆଜି ଆସିକା ନିକଟସ୍ଥ କୁଷ୍ଠରୋଗୀ ନିମନ୍ତେ ତିଆରି ହୋଇଥିବା ମେଡିକାଲ କୋଠାକୁ ପରିଭ୍ରମଣ କରି କୋରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବସ୍ଥା କରିବା ସହିତ ଆଗାମୀ ଦିନେଦୁଇଦିନ ଭିତରେ କରୋନା ରୋଗୀଙ୍କ ନିମନ୍ତେ ଚିକିତ୍ସା ପ୍ରଦାନ ପାଇଁ ସ୍ଥିତି ଅନୁଧ୍ୟାନ କଲେ ଏକ ସ୍ରତନ୍ତ୍ର ଟିମ୍।ଏହି ସମୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଆସିକା ତହସିଲଦାର ସଦାନନ୍ଦ ସେଠୀ,ବିଡିଓ ରୋଶନ୍ ଶତପଥି,ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅନୀଲ କୁମାର ନାହାକ ସସେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।



