
ହିଞ୍ଜିଳିକାଟୁ,୨୨/୪(ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକରେ ଗୁରୁବାର ନୂତନ ବିଡ଼ିଓ ଭାବେ ଶ୍ରୀ ସୁବ୍ରତ କୁମାର ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକରେ ପ୍ରଥମ ପୋଷ୍ଟିଙ୍ଗ ପାଇ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଗତ ୬ମାସ ହେଲା କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଳକରେ ବିଡ଼ିଓ ରୂପେ କାର୍ଯ୍ୟରତ ଥିଲେ ।ଶ୍ରୀ ଜେନା ଗୁରୁବାର ଦିନ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି ।ତେବେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିସାରିବା ପରେ ବ୍ଳକର ସମସ୍ତ କର୍ମଚାରୀଙ୍କ ସମେତ ସ୍ଥାନୀୟ ପୋୖର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଭାରପ୍ରାପ୍ତ ଥାନାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଓ ଲୋକପ୍ରତିନିଧି ମାନେ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ।ତେବେ ହିଞ୍ଜିଳି ବ୍ଳକର କିଭଳି ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବିକାଶ ହୋଇପାରିବ ସେ ଉପରେ ଦୃଷ୍ଟି ଦେବାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ।ଏଥିପାଇଁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧରଣଙ୍କର ସହଯୋଗ କାମନା କରିଥିଲେ ।


