
ଖୋର୍ଦ୍ଧା ,୨୨/୪(ଜିଲ୍ଲା ଖଵର) :ସ୍ୱେଛାସେବୀ ସଂଗଠନ ପବ୍ଲିକ ରାଇଟ୍ସ ଆସୋସିଏସନ ଓଡିଶାଶାଖାର ଜଟଣୀ କାର୍ଯ୍ୟାଳୟ ପକ୍ଷରୁ ଭୂବନେଶ୍ୱର କମିଶନରେଟ ପୁଲିସର କମିଶନର ଏବଂ ଖୋର୍ଦ୍ଧାଜିଲାପାଳଙ୍କୁ ସେମାନଙ୍କ ସରକାରୀ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଛି । ପବ୍ଲିକ ରାଇଟ୍ସ ଆସୋସିଏସନ ଓଡିଶାଶାଖାର ଉପସଭାନେତ୍ରୀ ଆଇନଜିବୀ ଜ୍ୟୋତିର୍ମୟୀ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭୂବନେଶ୍ୱର କମିଶନରେଟ ପୁଲିସର କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କମିଶନର ସରକାରୀ କାର୍ଯ୍ୟାଳୟଠାରେ ପୁଷ୍ପଗୁଛ,ଉତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କମିଶନରଙ୍କ ଉଲେଖନୀୟ ଓ ଜନହିତକର କାର୍ଯ୍ୟକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଥିବା ବେଳେ ସ୍ୱେଛାସେବୀ ସଂଗଠନ ପବ୍ଲିକ ରାଇଟ୍ସ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଉପସଭାନେତ୍ରୀ ଶ୍ରୀମତି ପଣ୍ଡା କହିଛନ୍ତି । ସେହିପରି ପବ୍ଲିକ ରାଇଟ୍ସ ଆସୋସିଏସନ ଓଡିଶାଶାଖାର ରାଜ୍ୟ ସମ୍ପାଦକ ବାସୁଦେବ ସେଠୀଙ୍କ ତତ୍ୱାବଧାନରେ ଖୋର୍ଦ୍ଧାଜିଲାପାଳ ସନତ କୁମାର ମହାନ୍ତୀଙ୍କୁ ଜିଲାପାଳଙ୍କ ସରକାରୀ କାର୍ଯ୍ୟାଳୟଠାରେ ଗୁରୁବାର ପୁର୍ବାହ୍ନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜିଲା ଆରକ୍ଷୀଅଧିକ୍ଷକ ରାଜକିଶୋର ଦୋରା ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇିଥିଲା । ଏଥି ସହିତ ଜଟଣୀର ରେତଙ୍ଗ କଲୋନୀଠାରେ ଥିବା ଏନଡିଆରସି ସ୍କୁଲକୁ ମହାବାତ୍ୟା ଫନିଠାରୁ ବିଦ୍ୟୁତ ବିଛିନ୍ନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରାଯାଉନଥିବା ଅଭିଯୋଗକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କର୍ରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ଅଶୋକ ବିଶ୍ୱାସ, ସୁଶିଲ କାଷ୍ଟ,ସଞ୍ଜୀବ କୁମାର,ରଜିଂତା ଦାସ,ଲଳିତା ସାହୁ, ବିନତୀ ବାରିକ, ସୁମନ୍ତ ସ୍ୱାଇଁ,ଅନାଥ ପଟ୍ଟନାୟକ,ପବିତ୍ର ରଥଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ରୀପୋର୍ଟ ,ସଞ୍ଜୀବ କୁମାର


