Home ଅପରାଧ ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ଆତ୍ମହତ୍ୟା

ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ଆତ୍ମହତ୍ୟା

22

ଯାଜପୁର, ୨୨/୦୪/୨୧ (ଜିଲ୍ଲା ଖବର) : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କ ଆତ୍ମହତ୍ୟା । ମୃତା ମହିଳା ରେଖା ମହାନ୍ତ ବୋଲି ଜଣାପଡିଛି । ସ୍ବାମୀ ଟଙ୍କଧର ମହାନ୍ତ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଶିଳ୍ପସଂସ୍ଥାରେ କାମ କରନ୍ତି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଘଟି ମହିଳା ଜଣକ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । କଳିଙ୍ଗନଗର ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି