
ନୂଆଦିଲ୍ଲୀ, ୨୨/୦୪/୨୧ (ଜିଲ୍ଲା ଖବର) : କରୋନାର ଦ୍ୱିତୀୟ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା, ଅଭିନେତା ଯାଏଁ ,ଅନେକ୍ ଲୋକ କରୋନା ସଂକ୍ରମିତ ହେଉଛନ୍ତି । ହେଲେ ମନୋରଞ୍ଜନ ଦୁନିଆଁ ଉପରେ ଏହାର ପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ତେବେ ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି ଟେଲିଭିଜନର ଜଣାଶୁଣା ରିଆଲିଟି ଶୋ’ ‘ଡାନ୍ସ ଦିୱାନେ ୩ ‘ର ହୋଷ୍ଟ ରାଘବ ଜୁୟାଲ । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସେ ଏହାର ସୂଚନା ଦେଇଛନ୍ତି ।
ରାଘବ ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘କାଶ ଏବଂ ଜ୍ୱର ପରେ ମୁଁ ମୋର କରୋନା ଟେଷ୍ଟ କରାଇଥିଲି । ଏହାପରେ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନିଜର ଟେଷ୍ଟ କରାଇ ନିଅନ୍ତୁ । ଏବେ ନିଜର ଧ୍ୟାନ ରଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ‘ ।



