Sunday, October 18, 2026
Home ଜିଲ୍ଲା ଅନୁଗୁଳ ୮ଟି ସ୍କୁଟର ସହିତ ୮ଜଣ କୋଇଲା ଚୋରଙ୍କୁ ଗିରଫ କଲା ପୋଲିସ

୮ଟି ସ୍କୁଟର ସହିତ ୮ଜଣ କୋଇଲା ଚୋରଙ୍କୁ ଗିରଫ କଲା ପୋଲିସ

14

ଅନୁଗୁଳ,୨୨/୦୪/୨୧ (ଜିଲ୍ଲା ଖବର) : ଅନୁଗୋଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ । ୮ଟି ସ୍କୁଟର ସହିତ ୮ଜଣ କୋଇଲା ଚୋରଙ୍କୁ ଗିରଫ କଲା ପୋଲିସ । ସମଲ ଥାନା ଅଞ୍ଚଳ ଦେଇ ଏନଟିପିସିକୁ ଯାଇଥିବା ଟ୍ରେନ ଲାଇନରେ ଯାତାୟତ କରୁଥିବା କୋଇଲା ବୋଝେଇ ଟ୍ରେନ ଗୁଡ଼ିକରୁ ଦିର୍ଘ ଦିନହେବ କୋଇଲା ଚୋରି କରି ବିକ୍ରି କରୁଥିଲେ । ଏନେଇ ପୋଲିସ ପକ୍ଷରୁ ଚଢ଼ାଉକରି ସମଲ ଅଞ୍ଚଳରୁ ୮ଟି କୋଇଲା ବୋଝେଇ ସ୍କୁଟର ଜବତ କରିବା ସହ ୮ଜଣଙ୍କୁ ଗିରଫ କରି କୋଟ୍ ଚାଲାଣ କରିଛି ସମଲ ପୋଲିସ ।