
ବାଲେଶ୍ୱର, ୨୨/୦୪/୨୧ (ଜିଲ୍ଲା ଖବର) : ବାଲେଶ୍ୱରରେ ନିୟମ ଉଲଘଂନ କରି ବାହାର ରାଜ୍ୟରୁ ଶ୍ରମିକ ନେବାପାଇଁ ଆସିଥିବା ଏକ ବସ୍ କୁ ଜବତ କଲା ଖଇରା ପୋଲିସ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମକୁ ଶ୍ରମିକ ନେବାକୁ ଆସିଥିବା କେରଳ ରାଜ୍ୟର ଏକ ବସକୁ ଜବତ କରିଛି ଖଇରା ପୋଲିସ । କେରଳ ରାଜ୍ୟର କୋଏମ୍ବାଟୁର ୟୁରଡ଼ ଅଞ୍ଚଳରୁ ଏକ ଘରୋଇ ବସ ଶ୍ରମିକ ନେବା ପାଇଁ ହରିପୁର ଅଞ୍ଚଳରେ ପହଞ୍ଚିଥିଲା । ସ୍ଥାନୀୟ ଗ୍ରାମବାସୀମାନେ ବସକୁ ଅଟକାଇ ଖଇରା ଥାନାକୁ ଖବର ଦେଇଥିଲେ । ଖବର ପାଇ ଖଇରା ପୋଲିସ ଘଟଣାସ୍ଥଳେ ପହଞ୍ଚି ବସ୍ ସମେତ ଡ୍ରାଇଭର, ହେଲ୍ପର ଏବଂ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।


