
ଅନୁଗୋଳ,୨୨/୦୪/୨୧ (ଜିଲ୍ଲା ଖବର) : ଅନୁଗୋଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୮ ଟି ସ୍କୁଟର ସହିତ ୮ ଜଣ କୋଇଲା ଚୋରଙ୍କୁ ଗିରଫ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ସମଲ ଥାନା ଅଞ୍ଚଳ ଦେଇ ଏନଟିପିସିକୁ ଯାଇଥିବା ଟ୍ରେନ ଲାଇନରେ ଯାତାୟତ କରୁଥିବା କୋଇଲା ବୋଝେଇ ଟ୍ରେନ ଗୁଡିକରୁ ଦୀର୍ଘ ଦିନ ହେବ କୋଇଲା ଚୋରି କରି ବିକ୍ରି କରିଥାନ୍ତି ଲୋକେ । ତେବେ ଏନେଇ ଆଜି ପୋଲିସ ପକ୍ଷରୁ ଚଢ଼ାଉ କରି ସମଲ ଅଞ୍ଚଳରୁ ୮ ଟି କୋଇଲା ବୋଝେଇ ସ୍କୁଟର ଜବତ କରିବା ସହ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସମଲ ପୋଲିସ ।


