
ବାଲିଗୁଡା,୨୧/୪{ ସୁକାନ୍ତ କୁମାର ତ୍ରିପାଠୀ } : କରୋନା ଦ୍ବିତୀୟ ଲହରୀରେ ସାରା ଦେଶରେ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଅଞ୍ଚଳରେ ସାମାଜିକ ଦୂରତା ଓ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି । ଏଣୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ପୂଜାହାରି,ଏସଆଇ ରବିନ୍ଦ୍ର ମୁଣ୍ଡାରୀ,ଥାନା ଭାର ପ୍ରାପ୍ତ ଅଧିକାରି ପ୍ରଶାନ୍ତ କୁମାର ବେହେରା ଓ ପୋଲିସ କର୍ମଚାରୀ ଉପସ୍ଥିତ ରହି ରାତ୍ରି କାଳୀନ ବିଭିର୍ଣ୍ଣ ପ୍ରକାର ଦୁଇ ଚକିଆ, ଚାରିଚକିଆ ଜାନ, ମାଶ ସହିତ ହେଲମେଟ ଉପରେ ଗୁରୁତ୍ୱ ଦେଇଥଲେ |


