
ବେଲଗୁଣ୍ଠା,୨୧/୪(ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଧୁମୁଛାଇ ଛକରେ ବସର ଲଗେଜ ଡୋର ବାଜି ଛାତ୍ର ମୃତ୍ୟୁ ମୃତକ ହେଲେ ବାଣତୁମ୍ବ ଗ୍ରାମର ଆଦିତ୍ୟ ପଣ୍ଡା ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି ସୂଚନା ପ୍ରକାରେ ଦିନ ଚାରିଟା ସମୟରେ ଭଞ୍ଜନଗର ରୁ ଓଏସଆରଟିସ ର ଏକ ବସ କେନ୍ଦୁଝର ଅଭିମୁଖେ ଯାଉଥିବାବେଳେ ଧୁମୁଛାଇ ଛକରେ ଟିୟୁସନ ଯିବାକୁ ଅପେକ୍ଷା କରିଥିବା ଆଦିତ୍ୟ ପଣ୍ଡା ଙ୍କୁ ବସ ଟିର ଲଗେଜ ଡୋର ଟି ବାଜିଯିବାରୁ ଆଦିତ୍ୟ ଛିଟିକି ହୋଇ ପଡ଼ିଥିଲେ ଘଟଣା ପରେ ବସ ଟି କେନ୍ଦୁଝର ଅଭିମୁଖେ ଚାଲିଯାଇଥିଲା ଗୁରୁତର ଆଦିତ୍ୟ କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ରିପୋର୍ଟ-ଶିବରାମ ଚୌଧୁରୀ


