
ଭୁବନେଶ୍ୱର,୨୦/୪(ଜିଲ୍ଲା ଖବର) : ବହୁରୂପୀ କରୋନା ପ୍ରତି ସମୟରେ ରୂପ ବଦଳାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବିଶେଷଜ୍ଞ। କରୋନାର ନୂଆ ଲକ୍ଷଣ ଗୁଡ଼ିକ ହେଉଛି- ମୁଣ୍ଡ ବିନ୍ଧା, ଦେହ ହାତ ଅବଶ ଲାଗିବା, ଭୋକ ନହେବା, ଚର୍ମ ନୀଳ ବା ଲାଲ୍ ପଡ଼ିବା ଏବଂ କୁଣ୍ଡେଇ ହେବା, ପାଟି ଶୁଖିଯିବା ଏବଂ ଜିଭ ଲାଲ୍ ପଡ଼ି ଫୁଲିଯିବା, ଆଖି ଗୋଲାପୀ ଦେଖାଯିବା, କାନକୁ କମ୍ ଶୁଭିବା ଇତ୍ୟାଦି। ଦ୍ୱିତୀୟ ଲହରରେ କେବଳ ସଂକ୍ରମଣର ବେଗ ବଢ଼ିନି, ବରଂ ନୂଆ ନୂଆ ଲକ୍ଷଣ ଯୋଡ଼ି ହୋଇଛି।
କରୋନାର ପୁରୁଣା ଲକ୍ଷଣ ଗୁଡ଼ିକ ହେଲା- ଶୁଖିଲା କାଶ, ତଣ୍ଟି ଦରଜ, ଜ୍ୱର, ଗଣ୍ଠି ବ୍ୟଥା, ଦେହ ହାତ ଘୋଳାବିନ୍ଧା, ବାନ୍ତି ଓ ପତଳା ଝାଡ଼ା, ସ୍ୱାଦ ଓ ଗନ୍ଧ ବାରି ନପାରିବା ଏବଂ ଶ୍ୱାସକ୍ରିୟାରେ କଷ୍ଟ। ବିଶେଷଜ୍ଞଙ୍କ କହିବା କଥା, କରୋନା ଆକ୍ରାନ୍ତଙ୍କଠାରେ ଉଭୟ ନୂଆ ଓ ପୁରୁଣା ଲକ୍ଷଣରୁ ଯେକୌଣସି ଗୋଟିଏ କିମ୍ବା ଏକାଧିକ ଲକ୍ଷଣ ଦେଖାଦେଇପାରେ କିମ୍ବା ଆସିମ୍ପଟମାଟିକ କେସ୍ରେ କୌଣସି ଲକ୍ଷଣ ପ୍ରକାଶ ପାଇନପାରେ।


