Monday, November 16, 2026
Home ଆଞ୍ଚଳିକ ପ୍ରବାସୀ ଫେରିପାରନ୍ତି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପ୍ରବାସୀ ଫେରିପାରନ୍ତି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

29

ଭୁବନେଶ୍ୱର୨୦/୪(ଜିଲ୍ଲା ଖଵର) : ମହାମାରୀ କରୋନା ଉଗ୍ରରୂପ ଧାରଣ କରୁଥିବାରୁ ଦେଶର ବିଭିନ୍ନ ସହରରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଓ ୧୪୪ ଧାରା ଜାରି କରାଯାଇଛି। ଏପରି ସ୍ଥିତିରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିପାରନ୍ତି। ସେଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋଭିଡ୍‌ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେଲାଣି। ପ୍ରବାସୀ ଫେରିପାରନ୍ତି। ଡାଟାବେସ୍‌ ସହ ପୂର୍ବ ପ୍ରୋଟୋକଲ୍‌ ଲାଗୁ କର। ଫେରନ୍ତା ସମସ୍ତ ପ୍ରବାସୀଙ୍କ କ୍ୱାରେଣ୍ଟାଇନ୍‌ ଓ ଟେଷ୍ଟିଂ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ରୀପୋର୍ଟ ,ସଞ୍ଜୀବ କୁମାର