
ବାଲିଗୁଡା,୨୦/୪{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଟାଗୁଡ଼ା ପଞ୍ଚାୟତ ର ଗଙ୍ଗେରୀ ଗ୍ରାମରେ ଅଭାବନୀୟ ପରିସ୍ଥିତି ଦେଖାଦେଇଛି | ଖରାଦିନରେ ଜଳକଷ୍ଟ ଦେଖାଦେଇ ଥିଲା ବେଳେ ସ୍ଥାନୀୟ ଗଙ୍ଗେରୀ ଗ୍ରାମର ଅଧିବାସୀ ମାନେ ବାଟାଗୁଡ଼ା ସରପଞ୍ଚ ଙ୍କୁ ପାଣି ପାଇଁ ଆଗୁରୁ ଲିଖିତ ଭାବେ ଜଣାଇଥିଲେ କିନ୍ତୁ ଏହାର ସମାଧାନ ନ ହେବାରୁ ଗ୍ରାମର ସମସ୍ତ ଲୋକଙ୍କ ସହଯୋଗ ରେ ଚାନ୍ଦା କରି ଚୁଆଁ କୁ ପୁନଃରୁଦ୍ଧାର କରି ଥିଲେ | ଏଥିରେ ଲଙ୍କେଶ୍ୱର ଦିଗାଲ, ଏଲିଆସ ଦିଗାଲ, ପ୍ରଶାନ୍ତ ମଲ୍ଲିକ, ସରିତା ଦିଗାଲ,ରିତା ଦିଗାଲ ଓ ଗ୍ରାମର କିଛି ଲୋକ ମିଶି ଚୁଆଁ ର ପୁନଃରୁଦ୍ଧାର କରିବାରେ ସାହାର୍ଯ୍ୟ କରିଥିଲେ |


