Monday, November 16, 2026
Home ଆଞ୍ଚଳିକ ମୂଳଲକ୍ଷ୍ୟରୁ ଦୂରେଇ କାର୍ଯ୍ୟ କରୁଛି ଜଟଣୀ ମ୍ୟୁନିସିପାଲିଟି

ମୂଳଲକ୍ଷ୍ୟରୁ ଦୂରେଇ କାର୍ଯ୍ୟ କରୁଛି ଜଟଣୀ ମ୍ୟୁନିସିପାଲିଟି

31

ଖୋର୍ଦ୍ଧା,୨୦/୪(ଜିଲ୍ଲା ଖଵର) : ଜଟଣୀ ମ୍ୟୁନିସିପାଲିଟି ଆରମ୍ଭ ହେବା ଦିନ ଠାରୁ ସ୍ଥାନୀୟ ପୌରାଞ୍ଚଳ ବାସୀମାନଙ୍କୁ ବିଭିନ୍ନ ପ୍ରକାର ମୌଳିକ ସୁବିଧା ଯୋଗାଇ ଆସୁଥିଲା । ଯଥା ପ୍ରଚଣ୍ଡ ରୌଦ୍ରତାପରେ ୱାର୍ଡ଼ଗୁଡ଼ିକରେ ଟ୍ୟାଙ୍କରେ ଯୋଗେ ଜଳ ଯୋଗାଣ ସ୍ୱାସ୍ଥ୍ୟଗଲ କାରଣ ଦୃଷ୍ଟିରୁ ପୌରାଞ୍ଚଳରେ ମ୍ୟୁନିସିପାଲିଟି ଦ୍ୱାରା ସ୍ଥାପିତ ଡାକ୍ତରଖାନା, ମାତୃମଙ୍ଗଳ କେନ୍ଦ୍ର ଓ ଆମ୍ବୁଲାନ୍ସ ସେବା ବିଗତ ଦିନମାନଙ୍କରେ ଯୋଗାଇ ଦିଆଯାଇଥିଲା । ଧିରେ ଧିରେ ପୌରାଞ୍ଚଳବାସୀ ଏହିସବୁ ସୁବିଧାରୁ ବଞ୍ôଚତ ରହିଆସୁଛନ୍ତି । ବର୍ତ୍ତମାନ ପରିପେକ୍ଷୀରେ ଜଟଣୀ ମ୍ୟୁନିସିପାଲିଟି ଏପରି କାର୍ଯ୍ୟକୁ ଦେଖିଲେ ଜଣାଯାଏ ମ୍ରୁନିିିସିପାଲିଟି ତା’ର ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି । ଡ଼୍ରେନ୍ ନାହିଁ ରାସ୍ତାରେ ପାଣି ଗଡ଼ୁଛି ରାସ୍ତା ସଫା ନହୋଇ ସୁଇପିଙ୍ଗ ମେସିନ୍ ଗଡ଼ୁଛି ଖାଲଖମା ରାସ୍ତାରେ ଲୋକେ ଯାଉଛନ୍ତି । କିନ୍ତୁ ମ୍ୟୁନିସିିପାଲିଟି ଏସବୁକୁ ମରାମତି କରିବା ପରିବର୍ତ୍ତେ କାନ୍ଥରେ ଚିତ୍ର ସହ ବିଭିନ୍ନ ଗଛ ଓ ବିଦ୍ୟୁତ୍ ଖୁଣ୍ଟରେ ରଙ୍ଗିନ୍ ଆଲୋକମାଳା ଗୁଡାଇ ସୌନ୍ଦର୍ଯ୍ୟ କରଣ ନାମରେ ଅର୍ଥ ଆତ୍ମସାତ୍ ଚାଲିଛି । ଜଟଣୀ ପୌରାଞ୍ଚଳବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭୁବନେଶ୍ୱର ନିକଯବର୍ତ୍ତୀ ଜଟଣୀ ମ୍ୟୁନିିସିପାଲିଟିରେ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାରୁ ୨୦୧୮ ମସିହାରେ ଭାଗିରଥି ବଡ଼ଜେନା ବିଧାୟକ ଥିବା ସମୟରେ ଲୋକମାନଙ୍କ ସୁବିଧା ପାଇଁ ତାଙ୍କ ବିଧାୟକ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଗାଡ଼ି କ୍ରୟ କରି ମ୍ୟୁନିସିିପାଲିଟିକୁ ପ୍ରଦାନ କରିଥିଲେ । ମ୍ୟୁନିିସିପାଲିଟିକୁ ପ୍ରଦାନ କରିଥିଲେ । ମ୍ୟୁନିସିପାଲିଟିର ଦାୟିତ୍ୱଥିଲା ଲୋକମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ଏହି ସୁବିଦା ଯୋଗାଇବ ଏବା ରକ୍ଷଣାବେକ୍ଷଣ ଦାୟିତ୍ୱ ମ୍ୟୁନିସିିପାଲିଟି ତୁଲାଇବ । ଏହା ଏଯାବତ୍ କାର୍ଯ୍ୟକ୍ଷମ ନହୋଇ ପଡ଼ିରହିଛି । ଅନୁମାନ କରାଯାଉଛି ଏଥିରେ ମରାମତି ଖର୍ଚ୍ଚ ସାଙ୍ଗକୁ ପେଟ୍ରୋଲ କାଗଜ ପତ୍ରରେ ଚାଲୁଥିବା, ଏଥିପ୍ରତି ରାଜ୍ୟ ଦୁର୍ନିତି ନିବାରଣ ବିଭାଗ ଦୃଷ୍ଟି ଦେବା ଜରୁରୀ ବର୍ତ୍ତମାନ କୋଭିଡ଼ ପରିପେକ୍ଷୀରେ ଆମ୍ବୁଲାନ୍ସ ସେବା ଜରୁରୀ ଥିବା ବେଳେ ମ୍ୟୁନିସିିପାଲିଟି କାର୍ଯ୍ୟକ୍ଷମ ନକରି ଲୋକମାନଙ୍କୁ ସେବା ନଯୋଗାଇ ପାଣି ଟଙ୍କି ଭଳି ଆମ୍ବୁଲାନ୍ସକୁ ରଖି ନଷ୍ଟ କରାଯାଉଛି । ଯଦି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହୁଅନ୍ତା ପୌରାଞ୍ଚଳବାସୀ ଏହାର ସୁବିଧା ପାଇପାରନ୍ତେ । ତେଣୁ ଅଫିସର ଫଟା କାନ୍ଥରେ ଏପିସି ବୋର୍ଡ଼ ଲଗାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ ଲୋକଙ୍କ ମୌାଳିକ ସମସ୍ୟାର ସମାଧାନ ହେବ ନାହିଁ । ଛାତରୁ ଯଦି ପାଣି ଗଳିବ ଏହି ସୌନ୍ଦର୍ଯ୍ୟ କରଣର ଲାଭ ନାହିଁ । ବିଗତ ଦିନରେ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ସୁବିଧା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେବା ଉଦ୍ଦେଶ୍ୟରେ କୁଦିଆରୀ ଗ୍ରାମର ୨୧ ନମ୍ବର ୱାର୍ଡ଼ରେ ଏକ ମାତୃମଙ୍ଗଳ କେନ୍ଦ୍ର ଖୋଲାଯାଇ ସେବା ଯୋଗାଇ ଦିଆଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟ ଏହାକୁ ବନ୍ଦ କରିଦିଆଗଲା ଦୀର୍ଘବର୍ଷ ହେବ ବନ୍ଦ ହୋଇ ପଡ଼ିଛି । ଏଠାରେ ନିଯୁକ୍ତି ପାଇଥିବା ଏନ୍‌ଏମ୍ କର୍ମଚାରୀ ଜଣକ କୁଦିଆରୀ ୨୨ନମ୍ବର ୱାର୍ଡ଼ର ମ୍ୟୁନିିିସିପାଲିଟି ତରଫରୁ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କଲେ ପରବର୍ତ୍ତୀ ସମୟରେ ଏହା ମଧ୍ୟ ବନ୍ଦ ହୋଇଗଲା । ମ୍ୟୁନିିସିପାଲିଟି ତରଫରୁ ୧୯୮୩ ମସିହାର ତତ୍‌କାଳୀନ କାଉଁସିଲର ସ୍ୱର୍ଗତ ପ୍ରଶାନ୍ତ ପରିଜାଙ୍କ ପ୍ରଚେଷ୍ଟାରେ ରାଜାବଜାରସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଏବଂ ପରବର୍ତ୍ତୀ ସମୟରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଥିବା ଘରେ ରିତିମତ ଭାବେ ଚାଲୁ ରହିଥିଲା । ଏହି ଡାକ୍ତରଖାନାକୁ ଦୈନିକ ୧୫୦-୨୦୦ ରୋଗୀ ମାଗଣାରେ ଚିକିତ୍ସା ଓ ମେଡ଼ିସିନ୍ ସୁବିଧା ପାଇପାରୁଥିଲେ । ଅପ୍ରେଲ ୨୦୦୮ ମସିହାରେ ମ୍ୟୁନିସିପାଲିଟି ଚିକିତ୍ସାଳୟରେ ନିୟୋଜିତ ଡାକ୍ତର ବିକ୍ରମ ଖୟା କାର୍ଯ୍ୟରୁ ଅବସର ନେଲେ ଇତି ମଧ୍ୟରେ ଦୀର୍ଘ ୧୩ବର୍ଷ ବିତି ଗଲାଣି । ଡାକ୍ତରଙ୍କ ଗ୍ରାଚୁଏଟି, ଲିଭ୍ ସାଲେରି ଏପର୍ଯ୍ୟନ୍ତ ଡାକ୍ତର ଖୟା ପାଇପାରିନାହାଁନ୍ତି । ବିଭିନ୍ନ ସମୟରେ ଏ ସମ୍ପର୍କରେ ସୂଚନା ଥିଲେ ମଧ୍ୟ ପୌରପରିଷଦ ଏପର୍ଯ୍ୟନ୍ତ ବକେୟା ପ୍ରାପ୍ୟ ଦେଇପାରିନାହିଁ । କିନ୍ତୁ ୨୦୦୮ ପରେ ଡାକ୍ତର ମିଳୁନଥିବା ଦର୍ଶାଇ ପୌରା ଚିକିତ୍ସାଳୟକୁ ବନ୍ଦ କରିଦିଆଗଲା । ଏଥବରେ ନିୟୋଜିତ କର୍ମଚାରୀଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଗଲା । ୧୩ବର୍ଷ ଧରି ଏହି ଚିକିତ୍ସାଳୟ ବନ୍ଦ ହୋଇ ପଡ଼ିରହିଛି । ସ୍ଥାନୀୟ ବାସିନ୍ଦା ସ୍ୱାସ୍ଥ୍ୟ ସେବାରୁ ବଞ୍ôଚତ ହେଉଛନ୍ତି । ଏହି ସୁବିଧାପ୍ରତି ପୌର ପରିଷଦ ଚିନ୍ତା କରୁନଥିଲା ବେଳେ ଦ୍ୱିପ ତେଜିଲେ ହାତ ଚିକ୍କଣ ଭଳି ସିଭିଲ୍ କାର୍ଯ୍ୟ ଚାଲିଛି । ଏହିପରି ବିଭିନ୍ନ ଜନହିତକାରୀ କାର୍ଯ୍ୟରୁ ଲୋକମାନଙ୍କୁ ଉଚିତ୍ ସେବା ନଯୋଗାଇ ଜନସାଧାରଣଙ୍କ ଠାରୁ ଦୂରେଇ ରହିବା ସହ ପୌର କାର୍ଯ୍ୟାଳୟ ମଧ୍ୟରେ ଆମ୍ବୁଲାନ୍ସ ଥୁଆ ହୋଇ ଯେଉଁଭଳି ଭାବେ ଖତ ଖାଉଛି ସେହିପରି ମ୍ୟୁନିସିିପାଲିଟିର ଲ୍ୟାଡର କାମ ନଥାଇ କେବଳ ଠିକାଦାର ପୋଷିବା ପାଇଁ ଲ୍ୟାଡର ଥୁଆ ହେଉଛି । ଏପରି ସମସ୍ୟା ବହୁଳ ମ୍ୟୁନିସିପାଲିଟି ପ୍ରତି ୫ଟି ସଚିବ, ନଗର ଉନ୍ନୟନ ବିଭାଗୀୟ ସଚିବ, ରାଜ୍ୟ ଦୁର୍ନିତୀ ନିବାରଣ ବିଭାଗ ଯଦି ଜଟଣୀ ପୌର କାର୍ଯ୍ୟାଳୟରେ ବିଗତ ୬ରୁ ୮ମାସ ଧରି ପ୍ରତ୍ୟେକ କାର୍ଯ୍ୟର ଅନୁସନ୍ଧାନ କରାଯିବ ବହୁ ଦୁର୍ନିତୀର ପର୍ଦ୍ଦାଫାସ ହେବାସହ କିପରି ଜନ ବିରୋଧି କାର୍ଯ୍ୟ ହେଉଛି ତାହା ଲୋକଲୋଚନକୁ ଆସିବ ବୋଲି ଜଟଣୀର ବହୁ ସଚେତନଶୀଳ ନାଗରିକ, ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ରିପୋର୍ଟ, ସଞ୍ଜୀବ କୁମାର