
ବାଲିଗୁଡା,୨୦/୪{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ପୂଜାହାରିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଓ ଗୋଟିଏ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ନିକଟସ୍ଥ ମାଦିନାଟ ଗ୍ରାମରେ ଗୋଟଏ ଇନୋଭା ଓ ବୋଲେରୋ ଗାଡ଼ିକୁ ଯାଞ୍ଚ କରିବା ସମୟରେ 272 କେଜି ଗଞ୍ଜେଇ ସହ 2 ଜଣକୁ ଗିରଫ କରିଥିଲା | ଗିରଫ 2 ଜଣକ ନାମ ମନୋରଞ୍ଜନ ରାଉତ ଘର ଶୈଳଶ୍ରୀ ବିହାର ଭୁବନେଶ୍ୱର ଓ ଅନ୍ୟଜଣଙ୍କ ନାମ ସମୀର ଦିଗାଲ ଘର ବାଲିଗୁଡା ନିକଟସ୍ଥ କାମପଡ଼ା ବୋଲି ଜଣାପଡ଼ିଛି | ଏମାନଙ୍କ ନାମରେ କେଶ ନମ୍ବର 72/21ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି | ରାତିର କର୍ଫ୍ୟୁ ବଳବତ୍ତର ଥିବାରୁ ଅପରାଧୀମାନେ ଦିନ ସମୟରେ ଗଞ୍ଜା ପରିବହନ କରୁଥିବାର ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରି ପ୍ରଶାନ୍ତ କୁମାର ବେହେରା ସୁଚନା ଦେଇଛନ୍ତି |


