Home ଆଞ୍ଚଳିକ ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ବୁକି ଗିରଫ

ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ବୁକି ଗିରଫ

10

ନବରଙ୍ଗପୁର,୨୦/୦୪/୨୧ (ଜିଲ୍ଲା ଖବର) : ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ବୁକି ଗିରଫ । ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାଇ ମିନା ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି। ଆଇପିଏଲ ବେଟିଂ ସମୟରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରିଛି। ଗିରଫ ବୁକିଙ୍କ ନାମ ହେଉଛି ଜି.ଲୋକେଶ ।  ଅନଲାଇନ ଆପ ମାଧ୍ୟମରେ ବେଟିଂ ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ପୋଲିସ ତରଫରୁ ଚଢ଼ାଉ କରି ଜଣେ ଯୁବକକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି। ଚଢ଼ଉ ସମୟରେ ଅଭିଯୁକ୍ତ  ନିକଟରୁ ୩ ଲକ୍ଷ ୮୮ ହଜାର ନଗଦ ଟଙ୍କା ସହ ୩ ଟି ସୁନା ଚେନ, ୪ ଟି ମୋବାଇଲ ଫୋନ ପୋଲିସ ଜବତ କରିଛି।