
ଖୋର୍ଦ୍ଧା,୨୦/୦୪/୨୧ (ଜିଲ୍ଲା ଖବର) : ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ମାନସିଂହପୁର ଅଞ୍ଚଳରେ ଅଭାବନୀୟ ଘଟଣା । ରାତ୍ରି ସମୟରେ ମନ୍ଦିର ନିକଟରେ ଯୁବକ ଜଣଙ୍କ ଲୁଚି ରହିଥିବା ଦେଖି କାବୁ କରିଥିଲେ ଗ୍ରାମବାସୀ । ମାଡ଼ ମାରିବା ସହ ଯୁବକଙ୍କ ନିକଟରୁ ଦୁଇଟି ଧାରୁଆ ଛୁରୀ ଏବଂ ଆଧାର କାର୍ଡ ଜବତ କରିଛନ୍ତି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଝାଟି ନୂଆଗାଁର ଆକାଶ ହାଲଦାର । ମାଡ଼ ଖାଇଲା ପରେ ସେ ଜଣେ ଡକାୟତ ବୋଲି ଗ୍ରାମବାସୀଙ୍କ ଆଗେ ମାନିଥିଲା ଯୁବକ ।


