Monday, November 16, 2026
Home ଆଞ୍ଚଳିକ ପୁଣି ଓଡ଼ିଶା ଆସୁଛି କି ପୋସ୍କୋ ! ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସର ବୈଠକରେ ରାଜ୍ୟ...

ପୁଣି ଓଡ଼ିଶା ଆସୁଛି କି ପୋସ୍କୋ ! ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସର ବୈଠକରେ ରାଜ୍ୟ ସରକାରଙ୍କ ସୂଚନା

19

ଭୁବନେଶ୍ୱର, ୨୦/୦୪/୨୧ (ଜିଲ୍ଲା ଖବର) : ପୁଣି ଓଡ଼ିଶା ଆସୁଛି କି ପୋସ୍କୋ । ଦକ୍ଷିଣ କୋରିଆ ଓ ଓଡିଶା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାରଙ୍କ ଇପିକଲ ସହ ଇଣ୍ଡିଆନ ଚାମ୍ୱରର୍ସ ଅଫ କମର୍ସ ଏକ ଗୋଲଟେବୁଲ ବୈଠକ ଆୟୋଜନ ହୋଇଥିଲା । ତେବେ ଏଥିରେ କୋରୋଆ କମ୍ପାନି ପୋସ୍କୋ 12 ମିନିୟନ ୟୁଏସ ଡଲାର ପୁଞ୍ଜିନିବେଶ କରି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାପରେ ରାଜ୍ୟ ସରକାର ଓଡିଶାବାସୀଙ୍କୁ ପୁଣି ସ୍ୱପ୍ନ ଦେଖାଉ ନାହାନ୍ତି ତ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ପୋସ୍କୋ ଓଡିଶା ଫେରିଯାଇଥିଲା । ତେବେ ଏଥର ପ୍ରକୃତରେ ପୋସ୍କୋ ଆସିବ ନା ଏହା ରାଜ୍ୟ ସରକାରଙ୍କ ଆଉ ଏକ ଧୂଆଁବାଣ ।