
ଭୁବନେଶ୍ୱର,୨୦/୦୪/୨୧ (ଜିଲ୍ଲା ଖବର) : ଆଜି ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଚଳିତ ବର୍ଷ ବିନା ଭକ୍ତରେ ହେବ ରଥଯାତ୍ରା । କେବଳ ନେଗେଟିଭ ରିପୋର୍ଟ ବାହାରିଥିବା ସେବାୟତ ଟାଣିବେ ରଥ । ଭିଡକୁ ଦୃଷ୍ଟିରେ ରଖି ଦିନ ଗୋଟାଏରୁ ସନ୍ଧ୍ୟା 6ଟା ଯାଏଁ ଲିଙ୍ଗରାଜ ମନ୍ଦିର ଓ ରଥ ପରିସରରେ 144 ଧାରା ଲାଗୁ ହେବ । ସେହିପରି 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱରରେ ଲାଗୁ ହୋଇଥିବା ନାଇଟ କର୍ଫ୍ୟୁ ଯୋଗୁଁ ପ୍ରଭୁଙ୍କ ମରିଚି କୁଣ୍ଡ ପାଣି ନିଲାମକୁ ଏବଂ ପାଣି ଉଠା କାର୍ଯ୍ୟକ୍ରମ ଏଥର ବାତିଲ କରାଯାଇଛି


