Home ଅପରାଧ ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ବୁକି ଗିରଫ

ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ବୁକି ଗିରଫ

12

ନବରଙ୍ଗପୁର,୨୦/୦୪/୨୧ (ଜିଲ୍ଲା ଖବର) : ଆଇପିଏଲ ବେଟିଂ ଅଭିଯୋଗରେ ଜଣେ ବୁକି ଗିରଫ । ପ୍ରେସମିଟରେ ସୂଚନା ଦେଲେ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାଇ ମିନା । ଆଇପିଏଲ ବେଟିଂ ସମୟରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରିଛି । ଗିରଫ ବୁକିଙ୍କ ନାମ ହେଉଛି ଜି.ଲୋକେଶ । ଅନଲାଇନ ଆପ ମାଧ୍ୟମରେ ବେଟିଂ ଚାଲିଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ ପୋଲିସ ତରଫରୁ ଚଢ଼ାଉ କରି ଜଣେ ଯୁବକକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଚଢ଼ଉ ସମୟରେ ଅଭିଯୁକ୍ତ ନିକଟରୁ 3 ଲକ୍ଷ 88 ହଜାର ନଗଦ ଟଙ୍କା ସହ 3ଟି ସୁନା ଚେନ, 4ଟି ମୋବାଇଲ ଫୋନ ଜବତ କରିଛି ।