
ସୁନ୍ଦରଗଡ,୨୦/୦୪/୨୧ (ଜିଲ୍ଲା ଖବର) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ମହୁଲତା ଗ୍ରାମର ରାସ୍ତା ଉପରେ ଏକ ଗଛ ପଡି ଯୁବତୀଙ୍କ ମୃତ୍ୟୁ । ଘଟଣା ସ୍ଥଳରୁ ପ୍ରେମିକ ଫେରାର ହୋଇଯାଇଥିବା ଜଣାପଡିଛି । ଖଣ୍ଡାଧାର ଜଳପ୍ରପାତ ଅଞ୍ଚଳକୁ ଦୁଇଜଣ ଯୁବକ ଓ ଯୁବତୀ ଏକ ବାଇକ ଯୋଗେ ଯାଉଥିବା ବେଳେ ମହୁଲତା ଗ୍ରାମର ରାସ୍ତା କଡରେ ଥିବା ଏକ ଶାଳଗଛ ହଠାତ୍ ଉପୁଡ଼ି ପଡି ଯାଇଥିଲା । ବାଇକରେ ଯୁବକ ଯୁବତୀଙ୍କ ଉପରେ ଗଛ ଡାଳ ବାଜି ତଳେ ପଡିଯାଇ ଘଟଣା ସ୍ଥଳରେ ଅଚିହ୍ନା ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ସାଙ୍ଗରେ ଥିବା ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି । ଖବର ପାଇ ଲହୁଣୀପଡା ପୋଲିସ ଓ କୁଳିପୋଷ ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ଗଛକୁ କାଟି ରାସ୍ତାରୁ ହଟାଇବା ସହ ମୃତ ଦେହ ଉଦ୍ଧାର କରିଛି । ମୁତ ଯୁବତୀ ଜଣକ ଲାଠିକଟା ବ୍ଲକର ଏରଗେଡା ଗ୍ରାମର ହୋଇଥିବା ଅନୁମାନ କରାଯାଉଛି ।



