
ବ୍ରହ୍ମପୁର,୨୦/୦୪/୨୧ (ଜିଲ୍ଲା ଖବର) : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଚଳିତ ବର୍ଷ କୋଭିଡ କଟକଣା ଭିତରେ ମାଙ୍କ ଯାତ୍ରା ଶେଷ ହୋଇଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ପ୍ରଥମେ 7 ଦିନ ଅନୁମତି ମିଳିଥିଲା । ପରେ ପୁଣି ଆଉ କିଛି ଦିନ ମିଳିଥିଲା । ଗତ 9 ତାରିଖ ମଧ୍ୟ ରାତ୍ରରେ ମା ବୁଢୀ ଠାକୁରାଣୀ ମନ୍ଦିରରୁ ଦେଶୀ ବେହେରା ସ୍ଥିତ ଆସ୍ଥାୟୀ ମଣ୍ଡପ ବା ବାପ ଘରକୁ ଯାଇଥିଲେ। ଗତକାଲି ମଧ୍ୟ ରାତ୍ରିରେ ପୁଣି ଯାତ୍ରା ସରି ମା ବାପ ଘରୁ ଶାଶୁ ଘରକୁ ଆସିଛନ୍ତି । କୋଭିଡ କଟକଣା ମଧ୍ୟରେ, 144 ଧାରା ଭିତରେ ଯାତ୍ରା ଶେଷ ହୋଇଛି ।


