
ଭଦ୍ରକ, ୨୦/୦୪/୨୧ (ଜିଲ୍ଲା ଖବର) : ଆରମ୍ଭ ହୋଇଛି ଭଦ୍ରକ ଜିଲ୍ଲାର ଐତିହାସିକ ଶ୍ରୀ ରାମ ନବମୀ । କୋଭିଡ଼ି କଟକଣା ଭିତରେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଛି । ଭଦ୍ରକ ସହରର ଗାନ୍ଧୀ ପଡିଆ ଠାରେ ଶ୍ରୀ ରାମ ନବମୀ ପାଇଁ ଆଜିଠାରୁ 3 ଦିନ ବ୍ୟାପୀ ଶ୍ରୀରାମ ନବମୀ ମହାଯଜ୍ଞ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ଗାନ୍ଧୀ ପଡିଆଠାରୁ 108 କଳସ ଶୋଭାଯାତ୍ରାରେ ମହିଳା ମାନେ ବାହାରି ସାଳନ୍ଦି ନଦୀର ସାହାପୂର ଘାଟରୁ ଜଳ ନେଇ ବନ୍ତ ଛକ ଦେଇ ସହର ପରିକ୍ରମା କରିଥିଲେ । କାରୋନା କଟକଣାକୁ ଦେଖି ଏଥର ମାତ୍ର 108 ମହିଳା କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ରାମ ନବମୀକୁ ଦୃଷ୍ଟିରେ ରଖି 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ 30 ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବେ ।



