
୨୦/୦୪/୨୧ (ଜିଲ୍ଲା ଖବର) : ଦେଶରେ ବିଗୁଡୁଛି କୋରୋନା ସ୍ଥିତି । ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ୍ । ଆଜି ପୁଣି 2 ଲକ୍ଷ 59 ହଜାର 170 ପଜିଟିଭ ସାମନାକୁ ଆସିଛି । 1761 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ 24 ଘଣ୍ଟାରେ 1,54,761 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ମୋଟ 20,31,977 ଆକ୍ଟିଭ ମାମଲା ରହିଛି । ଏବେ ସୁଦ୍ଧା ମୋଟ 1,53,21,089 ମାମଲା ସାମନାକୁ ଆସିଥିବାବେଳେ ମୋଟ 1,31,08,582 ଜଣ ସୁସ୍ଥ ହୋଇଛନ୍ତି । ଯେତେବେଳେ କି 1,80,530 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେପଟେ ଟିକାକରଣ ଓ ଅଧିକ ଔଷଧ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ଉତ୍ପାଦନକାରୀଙ୍କ ସହ ଏକ ବୈଠକ କରିବେ । ସନ୍ଧ୍ୟା 6ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହେବ । ଗତକାଲି ଡାକ୍ତର ଏବଂ ଫାର୍ମା କମ୍ପାନୀ ଗ୍ରୁପମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।


