
ଜଟଣୀ,୧୯/୪(ଜିଲ୍ଲା ଖଵର) : ଜଟଣୀ ସହରାଚଂଳ ଓ ଗ୍ରାମାଚଂଳରେ କୋଭିଡର ଆଂଟିଜେନ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି । ସୋମବାର ସହରାଚଂଳପାଇଁ ଆଂଟିଜେନ ଟେଷ୍ଟଲାଗି ପୈାରାଚଂଳର ଟାଉନହଲ ସ୍ରଷ୍ଟାଠାରେ ସକାଳ ୯ଟାଠାରୁ ଆରମ୍ଭ ହେବ ବୋଲି ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଥିଲା । ତେଣୁ ଏନେଇ ସୋମବାର ସକାଳରୁ ଲୋକମାନେ ଆଂଟିଜେନ ଟେଷ୍ଟଲାଗି ଟାଉନହଲଠାରେ ଅପେକ୍ଷାରେ ରହିଥିଲେ । ଅପେକ୍ଷା କରିଥିବା ଲୋକମାନଙ୍କ ମଧ୍ୟରେ ସମସ୍ତେ ଜ୍ୱର ଓ କରୋନା ଲକ୍ଷଣକାରୀ ରୋଗୀ ରହିଥିଲେ । ଜ୍ୱରରେ କମ୍ପନ ହେଉଥିବା ରୋଗୀମାନେ ପୁର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଅପେକ୍ଷା କରିବାପରେ ବିରକ୍ତିଭାବ ପ୍ରକାଶ କରିଥିଲେ । ହେଲେ ଟାଉନହଲର କେୟାରଟେକର ଓ ହସ୍ପିଟାଲ କର୍ତୃପକ୍ଷ କେହି ଆସିନଥିଲେ । ତେବେ ଏନେଇ ରୋଗୀଙ୍କ ସମ୍ପର୍କିୟ କେତେକ ଲୋକେ ହସ୍ପିଟାଲ ଓ ପୈାରପରିଷଦକୁ ଯାଇ ଡାକିଥିଲେ । ଡାକିବାପରେ ପୁର୍ବାହ୍ନ ୧୧ଟାରେ ଆସିଥିଲେ ଏବଂ ପଜିଂକରଣ ଆରମ୍ଭ କରିଥିଲେ । ଏଥିରେ ପୁଣି ଦିର୍ଘ ସମୟ ଅତିବାହିତ ହୋଇଗଲା । ଅନ୍ୟପଟେ ଆସିଥିବା ରୋଗୀମାନେ ସକାଳ ୮ଟାଠାରୁ ବାହାରେ ଛିଡାହୋଇ ଅପେକ୍ଷାପରେ ଟାଉନହଲ ପରିସରକୁ ପ୍ରବେଶକରି ବସିବାକୁ ଚୈାକି ଖୋଜିଥିଲେ । ହେଲେ ଗୋଟିଏ ବି ଚୈାକି ସେଠାରେ ମିଳିନଥିଲା । ରୋଗୀମାନେ ବାଧ୍ୟ ହୋଇ ଚଟାଣରେ ବସିଥିଲେ ଏବଂ ଗୁରୁତର ରୋଗୀ ଚଟାଣରେ ଶୋଇବାକୁ ବାଧ୍ୟ ହୋଇଥିଲେ । ଲମ୍ବାଲାଇନରେ ଅପେକ୍ଷା କରିଥିବା ରୋଗୀମାନେ ଘଂଟା ଘଂଟା ଅପେକ୍ଷା କରିବାପରେ ସେମାନଙ୍କର ଟେଷ୍ଟ କରାଯାଇଥିଲା । ତେଣୁ ଏନେଇ କେତେକ ରୋଗୀ ବିରକ୍ତି ପ୍ରକାଶ କରିବା ସହିତ ଟାଉନହଲ ପରିସରରେ ହୋହଲା କରିଥିଲେ । ଏନେଇ ସେଠାରେ କିଛି ସମୟପାଇଁ ଉତେଜନା ପ୍ରକାଶ ପାଇଥିଲା ।
ରୀପୋର୍ଟ,ସଞ୍ଜୀବ କୁମାର


