Home ଆଞ୍ଚଳିକ ମେ 13ରେ ହେବ ଇଲେକ୍ସନ୍, ଏପ୍ରିଲ 26 ନାମାଙ୍କନ ଦାଖଲର ଶେଷ ତାରିଖ

ମେ 13ରେ ହେବ ଇଲେକ୍ସନ୍, ଏପ୍ରିଲ 26 ନାମାଙ୍କନ ଦାଖଲର ଶେଷ ତାରିଖ

15

ପୁରୀ, : ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ । ମେ 13ରେ ନିର୍ବାଚନ ହେବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଏପ୍ରିଲ 26 ନାମାଙ୍କନ ଦାଖଲର ଶେଷ ତାରିଖ । ଏପ୍ରିଲ 27ରେ ଯାଞ୍ଚ ଓ 29ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ଥିଲା ଉପନିର୍ବାଚନ । ଏପ୍ରିଲ 17ରେ ପିପିଲି ଉପନିର୍ବାଚନ ହେବାର ଥିଲା । ଏବେ ନୂଆ ତାରିଖ ଘୋଷଣା ପରେ ସବୁ ରାଜନୈତିକ ଦଳ ପିପିଲି ମୁହାଁ ହୋଇଛନ୍ତି। ତେବେ ଅଜିତଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ପଡ଼ିଛି। ପ୍ରାର୍ଥୀ ଖୋଜା ଅଭିଯାନରେ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ ଓ ଭାଇ ଅଶୋକ ମଙ୍ଗରାଜଙ୍କ ନାଁ ଆଗରେ ରହିଛି। ଦୁହିଁଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସ୍ ନେତା ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବି ରେସରେ ଅଛନ୍ତି।