Monday, October 12, 2026
Home ଆଞ୍ଚଳିକ ଶ୍ରୀମନ୍ଦିରରେ ଆଜିଠାରୁ ନୂଆ SOP ଲାଗୁ

ଶ୍ରୀମନ୍ଦିରରେ ଆଜିଠାରୁ ନୂଆ SOP ଲାଗୁ

11

ପୁରୀ,୧୯/୦୪/୨୧ (ଜିଲ୍ଲା ଖବର) : ଶ୍ରୀମନ୍ଦିରରେ ଆଜିଠାରୁ ନୂଆ SOP  ଲାଗୁ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ବାଧ୍ୟତା ମୂଳକ କରାଯାଇଛି । ଏହାସହ  ପରିଚୟପତ୍ର ମଧ୍ୟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ହୋଇଥିବା କିଓସ୍କୋରେ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମାନେ ନିଜର ଫଟୋଗ୍ରାଫି କରିବା ସହ ହାତକୁ ସାନିଟାଇଜ କରିବେ । କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଜ୍ୟ ବାହାରୁ ଯେଉଁ ଭକ୍ତମାନେ କରୋନାର ଦୁଇଟି ପର୍ଯ୍ୟାୟ ଟିକାକରଣ ନେଇଥିବେ ସେମାନେ ମଧ୍ୟ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ କରିବେ । ତେବେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ କରିବା ବାଧ୍ୟତା ମୂଳକ କରାଯାଇଛି । ଶ୍ରୀମନ୍ଦିର ଭିତରେ ତିନୋଟି ଟିମ ରହି କୋଭି ଗାଇଡଲାଇନ କିଭଳି ଅନୁପାଳନ ହୋଇପାରିବ ସେନେଇ ଅନୁଧ୍ୟାନ କରିବେ।