
ଭୁବନେଶ୍ୱର,୧୯/୦୪/୨୧ (ଜିଲ୍ଲା ଖବର) : ଆଜିଠୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଆନ୍ତଃରାଜ୍ୟ ବସ ଚଳାଚଳ ସେବା । ସୀମାନ୍ତ ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ବଢ଼ୁଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ସୀମାବର୍ତ୍ତୀ ଚେକ ପଏଣ୍ଟ ଗୁଡ଼ିକରେ ଆରଟିଓମାନେ ଚେକିଂ କରିବେ । କୋଭିଡ ପ୍ରତିହତ ପାଇଁ ଯାହାସବୁ ନିର୍ଦ୍ଦେଶାବଳୀ ରହିଛି ତାକୁ କଡ଼ାକଡ଼ି ଅନୁପାଳନ କରାଯିବ । ରାଜ୍ୟ ଭିତରେ ବସ ଚଳାଚଳ ଚାଲୁ ରହିବ । କିନ୍ତୁ ବସରେ ଠିଆ ହୋଇ କୈାଣସି ଯାତ୍ରୀ ଯାଇ ପାରିବେନି । ବସରେ ଥିବା ସିଟ ସଂଖ୍ୟା ଅନୁସାରେ ଯାତ୍ରୀ ନେଇ ପାରିବେ ବସ ଡ୍ରାଇଭର । ସେହିପରି ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ୨ ଜଣ ଯାତ୍ରୀଙ୍କୁ ଅନୁମତି ମିଳିବ ।


