
ମୟୂରଭଞ୍ଜ, ୧୯/୦୪/୨୧ (ଜିଲ୍ଲା ଖବର) : ବର୍ଷେ ହେଲାଣି ହଜିଲା ପୁଅକୁ ଖୋଜୁଛି ମା । ପୁଅକୁ ଖୋଜିବାକୁ ଫୋଟୋ ଧରି ଏଗାଁରୁ ସେ ଗାଁକୁ ବୁଲୁଛି । ଥାନାରେ ଅଭିଯୋଗ ପରେବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ବନ୍ଧୁ ବାନ୍ଧବଠୁ ଆରମ୍ଭ କରି ସବୁ ଯାଗା ଖୋଜା ସରିଲାଣି ହେଲେ ପୁଅ କୋଉଠି ଅଛି କିଛି ବି ସୁରାକ ମିଳୁନି । ଏଭଳି ଏକ ଘଟଣା ମୟୁରଭଞ୍ଜ ଶୁକୃଳି ବ୍ଲକ ଘରମାବେଡା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ପ୍ରବୀର କୁମାର ନାୟକ ଜଣେ ମୁକ । ସେ କଥା କହି ପାରନ୍ତି ନାହିଁ । କେବଳ ସାଙ୍କେତିକ ଠାରରେ ଇଙ୍ଗିତ କରନ୍ତି । ପାଠ ପଢ଼ିଛନ୍ତି ଲେଖା ମାଧ୍ୟମରେ ନିଜର ମନ କଥା ଲେଖି ଅନ୍ୟ କୁ ଜଣାନ୍ତି । ଗତବର୍ଷ ଲକଡାଉନ ସମୟରେ ବନ୍ଧୁ ବାନ୍ଧବ ଘରକୁ ଯିବେ କହି ଘରୁ ବାହାରିଥିଲେ । ହେଲେ ଏ ପର୍ଯ୍ୟନ୍ତ ଆଉ ଘରକୁ ଫେରି ନାହାନ୍ତି । ପ୍ରବୀରଙ୍କ ମାଆ ଚାରି ଆଡେ ଖୋଜା ଖୋଜି କରି ନିରାଶ ହେଲେଣି ।



