Monday, November 16, 2026
Home ଆଞ୍ଚଳିକ ମହାରାଷ୍ଟ୍ରରେ ବେକାବୁ ସଂକ୍ରମଣ: ୨୪ ଘଣ୍ଟାରେ ୫୦୩ ମୃତ, ୬୮୬୩୧ କରୋନା ପଜିଟିଭ...

ମହାରାଷ୍ଟ୍ରରେ ବେକାବୁ ସଂକ୍ରମଣ: ୨୪ ଘଣ୍ଟାରେ ୫୦୩ ମୃତ, ୬୮୬୩୧ କରୋନା ପଜିଟିଭ ଚିହ୍ନଟ

6

ମୁମ୍ବାଇ,୧୯/୦୪/୨୧ (ଜିଲ୍ଲା ଖବର) : ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୬୮ ହଜାର ୬୩୧ପଜିଟିଭ ଚିହ୍ନଟ । ଏବଂ ୫୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୋଟ ୩୧ ଲକ୍ଷ ୬ ହଜାର ୮୨୮ ଜଣ ସୁସ୍ଥ ହୋଇଛନ୍ତି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ ଘଣ୍ଟାରେ ୮ହଜାର ୪୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫୩ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇରେ ଏଯାଏଁ କରୋନାର ୮୭ ହଜାର ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଯୋଗୁଁ ୧୧ ଶହ ୮୮ଟି କୋଠା ସିଲ କରାଯାଇଛି ।  ମହାରାଷ୍ଟ୍ରରେ ମେ’ ମାସ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ଲାଗୁ ହୋଇଛି । ଏହି ସମୟରେ ଅତି ଜରୁରୀ ନଥିଲେ ଲୋକେ ବାହାରକୁ ଯାଇପାରିବେ ନାହିଁ । ଜରୁରୀକାଳୀନ କାମ ଥିଲେ ସ୍ଥାନୀୟ ପ୍ରଶାସନକୁ ଅନୁମତି ମାଗିବାକୁ ପଡ଼ିବ । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏଥି ପାଇଁ ମୁମ୍ବାଇ ପୋଲିସ ଟିମ କାମ କରୁଛି । ପୋଲିସ ପକ୍ଷରୁ କଲର କୋଡ ଜାରି କରାଯାଇଛି ।