ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ, ମାସକରେ ତୃତୀୟ ଥର ପାଇଁ ମେଣ୍ଢା ମଡ଼କ

13

କଟକ, ୧୯/୦୪/୨୧ (ଜିଲ୍ଲା ଖବର) : କଟକ ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ। ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ମେଣ୍ଢା ମଡ଼କ ଦେଖିବାକୁ ମିଳିଛି। ମାସକ ମଧ୍ୟରେ 16 ମେଣ୍ଢାଙ୍କ ଜୀବନ ଗଲାଣି । ବିଳମ୍ୱିତ ରାତିରେ ନିଆଳି ବ୍ଳକର ବାଘମାର ଗାଁରେ 5 ମେଣ୍ଢାଙ୍କ ମୃତ୍ୟୁ ଘଟିଛି । ବାଘମାର ଗାଁର ନିରଞ୍ଜନ ଦାସଙ୍କ ଗୁହାଳରେ ମରିପଡିଛନ୍ତି 5 ମେଣ୍ଢା। ମେଣ୍ଡା ମାନଙ୍କ ବେକ ଓ ପେଟରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଯାହାକୁ ନେଇ ଗ୍ରାମରେ ପୁଣି ଅଜଣା ଆତଙ୍କ ଦେଖାଦେଇଛି ।