
ନୂଆଦିଲ୍ଲୀ, ୧୯/୦୪/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅର୍ସାଦ୍ ୱାର୍ସିଙ୍କ ଆଜି ଜନ୍ମଦିନ । ୧୯ ଏପ୍ରିଲ ୧୯୬୮ ମସିହାରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ଫିଲ୍ମ ଦୁନିଆଁରେ ପାଦ ଥାପିବା ପୂର୍ବରୁ , ତାଙ୍କ ଆର୍ଥିକ ଅବସ୍ଥା ବିଶେଷ ଭଲ ନଥିଲା । ଯେଉଁଥିପାଇଁ ତାଙ୍କୁ ବେଶ ସଙ୍ଘର୍ଷ କରିବାକୁ ପଡିଛି । ୧୯୯୬ରେ ସେ ଫିଲ୍ମ’Tere Mere Sapne’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ଏହି ଫିଲ୍ମଟି ଫ୍ଲପ୍ ହୋଇଥିଲା । ଏହାପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳି ନଥିଲା । ଅର୍ସାଦ୍ ୱାର୍ସି ତାଙ୍କ କ୍ୟାରିୟରରେ ଅନେକ୍ ଫିଲ୍ମ କରିଛନ୍ତି ହେଲେ, ୨୦୦୩ରେ ଫିଲ୍ମ’ ମୁନ୍ନା ଭାଇ ଏମ୍ବି ବିଏସ୍’ରେ ତାଙ୍କୁ ସଫଳତା ମିଳିଥିଲା । ଏଥିରେ ତାଙ୍କ ଭୂମିକାକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହାପରେ ସେ ଗୋଟେ ପରେ ଗୋଟେ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।


