
ଭୁବନେଶ୍ୱର, ୧୯/୦୪/୨୧ (ଜିଲ୍ଲା ଖବର) : ସଂକ୍ରମଣ ରୋକିବାକୁ ବିଏମସି ଆପଣେଇଲା ପୂର୍ବ ବର୍ଷର ରଣକୌଶଳ । ଆଜିଠାରୁ ପୁଣି ଲାଗୁ ହେବ ହାଟ ଓ ବଜାରର ବିକେନ୍ଦ୍ରିକରଣ ବ୍ୟବସ୍ଥା । ସାମାଜିକ ଦୂରତା ଓ ମାସ୍କ ନଥିଲେ ସିଲ ହେବ ଦୋକାନ । ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଡାକଡି ହେବ କଟକଣା । ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦେଶ ଦେଲେ ବିଏମସି କମିଶନର । ଏହାସହ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ। ଆସନ୍ତାକାଲି କାର୍ଯ୍ୟକ୍ଷମ ହେବ ବ୍ଲୁ ହ୍ବିଲ କୋଭିଡ ହସ୍ପିଟାଲ। ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସ୍ପର୍ଶ ଓ କିମ୍ସ କୋଭିଡ ହସ୍ପିଟାଲ। କିମ୍ସ କୋଭିଡ ହସ୍ପିଟାଲରେ 5ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ହେବ ।


