Wednesday, November 18, 2026
Home ଆଞ୍ଚଳିକ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ୨୪ ତମ ଶ୍ରାଦ୍ଧ ଦିବସ ପାଳିତ

ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ୨୪ ତମ ଶ୍ରାଦ୍ଧ ଦିବସ ପାଳିତ

78

କୋଦଳା,୧୭/୪(ଜିଲ୍ଲା ଖଵର) : ଶନିବାର ସନ୍ଧ୍ୟାରେ କବିସୁର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ ଦିବସ ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି । କରୋନା କାୟା ଭିତରେ ଏହାକୁ ନିରାଡମ୍ବର ଭାବରେ ପାଳନ କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟକ ନେତା ଓ କର୍ମୀଙ୍କୁ ନେଇ ଶନିବାର ଦିନ ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିଅମ ଠାରେ ବିଧାୟିକା ଲତିକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୂହ ଦିପଦାନ କାର୍ଯ୍ୟକ୍ରମ କରାଯାଇଛି । ପ୍ରଥମେ ବିଜୁ ବାବୁଙ୍କ ପ୍ରତିମ୍ରୁତି ରେ ପୁଷ୍ପ ମଲ୍ୟ୍ ଅର୍ପଣ କରାଯାଇଥିଲା । ଏହା ପରେ ସମବେତ ନିରବ ପ୍ରାର୍ଥନା କରଜିବା ପରେ ଦିପଦାନ କରଜିବା ପରେ ବିଜୁ ବାବୁ ଙ୍କ ସ୍ମୃତି ଚାରଣ କରାଯାଇ ଥିଲା । ଏହି କାର୍ଯ୍ୟ କ୍ରମକୁ ବେଗୁନିଆପଡ଼ା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ପରିଚାଳନା କରିଥିବାବେଳେ କବିସୁର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ସନ୍ତୋସ କୁମାର ପଣ୍ଡା , କୋଦଳା ଏନଏସି,ବିଜେଡି ସଭାପତି ସଂଜୀବ କୁମାର ସାହୁ, ତ୍ରିନାଥ ଭୂୟାଁ, ମହେଶ୍ୱର ବରାଡ ପ୍ରମୁଖ ଉପସ୍ଥତ ଥିଲେ ।