Monday, November 16, 2026
Home ଆଞ୍ଚଳିକ ଫେରିଲା ନାଇଟ କର୍ଫ୍ୟୁ ଲାଗୁ ହେଲା କଟକଣା

ଫେରିଲା ନାଇଟ କର୍ଫ୍ୟୁ ଲାଗୁ ହେଲା କଟକଣା

100

ଖୋର୍ଦ୍ଧା,୧୭/୪(ଜିଲ୍ଲା ଖଵର) : ଖୋର୍ଦ୍ଧା ଜିଲ୍ଲାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇଛି । ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଜାରି ହେବାକୁ ନିଷ୍ପତ୍ତି ନିଆ ଯାଇଛି । ଶନିବାରଠାରୁ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି ତେବେ ଏହି ନଇଟ୍ କର୍ଫ୍ୟୁ ସମୟରେ ପ୍ରଶାସନ ସହ ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହିବାକୁ କୁହାଯାଇଛି । ତେବେ ଏହି କର୍ଫ୍ୟୁ ସମୟରେ ପ୍ରଶାସନିକ ଅଧିକାରୀ , ଡାକ୍ତର ଓ ମେଡିକାଲ ଷ୍ଟାଫ , ସମସ୍ତ ଜରୁରୀ କାଳୀନ ସେବା , ମେଡିକାଲ କାମରେ ଯାଉଥିବା କିମ୍ବା ଅନ୍ୟ ଜରୁରୀ କାମରେ ଯାଉଥିବା ବ୍ୟକ୍ତି , ମେଡ଼ିସିନ ଦୋକାନ ମାଲିକ ଏବଂ କର୍ମଚାରୀ , କଳକାରଖାନାରେ କାମ କରୁଥିବା ବ୍ୟକ୍ତି ପାଇଁ ଏହି କର୍ଫ୍ୟୁ ଲାଗୁ ହେବ ନାହିଁ ।
ଏହା ସହ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ସେମାନଙ୍କର ଆଇକାର୍ଡ଼ ଦେଖାଇଲେ ଯିବାକୁ ଦିଆଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । କରୋନା ସଙ୍କ୍ରମଣ ବଢ଼ିଥିବାରୁ ବାହାଘରରେ ୫୦ ଜଣ ଓ ମୃତକ୍ରିୟା କାମରେ ୨୦ ଜଣ ବ୍ୟକ୍ତିଙ୍କଠାରୁ ଅଧିକ ଲୋକଙ୍କୁ ଏକାଠି କରାଯିବ ନାହିଁ । ବାହାଘର ଶୋଭାଯାତ୍ରାକୁ ମଧ୍ୟ ବାରଣ କରା ଯାଇଥିବା ବେଳେ ସବୁଠି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବାକୁ ଜିଲା ପ୍ରଶସନ ନିର୍ଦେଶ ଦେଇଛି । କୌଣସି ଧାର୍ମିକ , ସାମାଜିକ , ରାଜନୈତିକ ସଭା ଉପରେ କଟକଣା ଲଗା ଯାଇଛି । ସମସ୍ତ ଧର୍ମାନୁଷ୍ଠାନ ଗୁଡିକରେ କୋଭିଡ କଟକଣା ଭିତରେ ଲୋକ ଯିବା ସହ ଅଳ୍ପ ସଂଖ୍ୟକ ପୂଜକ ଭିତରେ ରହିବାକୁ ନିର୍ଦେଶ ଦିଆ ଯାଇଛି । ହାଟ , ବଜାର ଏବଂ ଆମିଷ ଦୋକାନ ଗୁଡିକ ଅନ୍ୟୁନ ୩୦ ଫୁଟ ବ୍ୟବଧାନ ଅବଲମ୍ବନ କରିବେ । ହୋଟେଲ , ବାର ଗୁଡିକ ରାତି ୯ ଟା ବେଳେ ବନ୍ଦ କରିବାକୁ ନିର୍ଦେଶ ଦିଆ ଯାଇଥିବା ବେଳ ୫୦ ପ୍ରତିଶତ କମ ଲୋକଙ୍କୁ ଭିତରେ ଖାଇବା ପିଇବାକୁ ଦେବେ । ଏହି ସବୁ କଟକଣାକୁ ଉଲ୍ଲଘଂନ କଲେ କୋଭିଡ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ ।

ରୀପୋର୍ଟ,ସଞ୍ଜୀବ କୁମାର