Monday, October 12, 2026
Home ଆଞ୍ଚଳିକ ସୁନାମଧନ୍ୟ ବରିଷ୍ଠ ଓକିଲଙ୍କ ତିରୋଧାନ

ସୁନାମଧନ୍ୟ ବରିଷ୍ଠ ଓକିଲଙ୍କ ତିରୋଧାନ

19

ସୁନ୍ଦରଗଡ଼,୧୬/୪(ଜିଲ୍ଲା ଖଵର) : ଜ଼ିଲ୍ଲା ଓକିଲ ସଂଘ ସୁନ୍ଦରଗଡ଼ର ବରିଷ୍ଠ ସଦସ୍ୟ ତଥା ସୁନ୍ଦରଗଡ଼ର ଜଣେ ବିଶିଷ୍ଟ ଓକିଲ ସତ୍ୟନାରାୟଣ ନାଏକଙ୍ ଆଜି ଅପରାହ୍ନ ୩.୩୦ ଘଟିକା ସମୟରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ତାଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ହେଉଥିଲା l ସେ ବହୁତ ମେଳାପୀ ବ୍ୟକ୍ତିତ୍ୱ ଥିଲେ l ତାଙ୍କ ଦେହାନ୍ତ ଖବର ପାଇ ଜ଼ିଲ୍ଲା ଓକିଲ ସଂଘ ରେ ଶୋକାକୁଳ ପରିବେଶ ଛାଇ ଯାଇଥିଲା l ତାଙ୍କ ବିଦାୟ ଜ଼ିଲ୍ଲା ଓକିଲ ସଂଘ ପାଇଁ ଶକ୍ତ ଧକ୍କା ପହଁଚିଛି l ତାଙ୍କ ଅପୂରଣୀୟ କ୍ଷତି କେହି ପୂରଣ କରି ପାରିବେ ନାହିଁ l ତାଙ୍କ ତିରୋଧାନ ଖବର ପାଇ ଜ଼ିଲ୍ଲା ଓକିଲ ସଂଘ ତରଫରୁ ଜ଼ିଲ୍ଲା ଓକିଲ ସଂଘ ସଭାପତି ସୁକାନ୍ତ ମହାପାତ୍ର, ସମ୍ପାଦକ ଅଶୋକ କୁମାର ସ୍ୱାଇଁ,ବରିଷ୍ଠ ଆଇନଜୀବି ନିମାଇଁ ଚରଣ ନାଏକ,ଉପସଭାପତି ନରେଶ କୁମାର ନାଏକ, , ବରିଷ୍ଠ ଆଇନଜୀବି କିଶୋର ନାଏକ, ବିଭୋର ପଟେଲ୍,ପ୍ରେମ କୁମାର, ସତ୍ୟଜିତ ନାଏକ,ବୁଦ୍ଧଦେବ ନାଏକ, ପ୍ରଶାନ୍ତ ପଟେଲ୍, ଈଙ୍କ୍ଲାବ ଉମର,ଅଶୋକ ଦାଶ, ରାଜ କିଶୋର ଷଡ଼ଙ୍ଗୀ, ମନୋଜ କୁମାର ମହାରଣା ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ବାସ ଭଵନକୁ ଯାଇ ତାଙ୍କ ମରଶରୀରରେ ପୁଷ୍ପ ମାଳା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l
ସ୍ବର୍ଗତ ସତ୍ୟନାରାୟଣ ନାଏକ ପିଠାଭୁଇଁ ଗ୍ରାମର ଦେବାର୍ଚ୍ଚନ ନାଏକ ଓ ଜାରାବତି ଦେବୀଙ୍କ ଦ୍ଵିତୀୟ ପୁତ୍ର ଭାବରେ ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କାଳକ୍ରମେ କଲିକତା ଆଇନ କଲେଜ୍ ରୁ ଆଇନ ପାଠ ସାରି ୧୯୬୮ ମସିହାରୁ ତାଙ୍କର ଓକିଲାତି ଜୀବନ ଆରମ୍ଭ କରିଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ସେ ଜଣେ ଫୌଜଦାରୀ ଓକିଲ ଭାବରେ ସେ ଅନେକ ସୁନାମ ଅର୍ଜନ କରିଥିଲେ। ଏହି କାଳଖଣ୍ଡରେ ସେ ଭାରତୀୟ ଜୀବନ ବୀମା,ସୁନ୍ଦରଗଡ଼ ପୌରପାଳିକା,ନିଉ ଇଣ୍ଡିଆ ଏସୁରାନ୍ସ, ଟିସ୍କୋ, ଟେଲକୋ,ସେଲ ଏବଂ ଇ ଏସ ଆଇ ର ଓକିଲ ଭାବରେ ଅନେକ କେସ ଜିତି ନିଜର ବୁଦ୍ଧିମତା ର ପରିଚୟ ଦେଇଥିଲେ। ସମାଜରେ ଜଣେ ନିର୍ଭୀକ ଓ ସ୍ପଷ୍ଟବାଦି ବ୍ୟକ୍ତି ଭାବରେ ସେ ସୁନ୍ଦରଗଡ଼ ଓକିଲ ମହଲରେ ବେଶ୍ ପରିଚିତ ଥିଲେ।

ବିଶ୍ବରଂଜନ ହୋତା,ସୁନ୍ଦରଗଡ଼