
ଖୋର୍ଦ୍ଧା,୧୬/୪(ଜିଲ୍ଲା ଖଵର) : ଖୋର୍ଦ୍ଧାରୋଡ ରେଳଷ୍ଟେସନ ଏକ ପ୍ରମୁଖ ରେଳଜଂକସନଭାବେ ପରିଚିତ ହୋଇଆସୁଛି । ତେଣୁ ବିଭିନ୍ନ ରାଜ୍ୟରୁ ଯାଯାବରମାନେ ଏଠାକୁ ସେମାନଙ୍କ ଜିବନଜିବିକା ଅନ୍ୱେଷଣରେ ଆସିଥାନ୍ତି । ଏହିପରି ଭଗିଆ ସବର ନାମକ ଏକ ଯାଯାବର ଦିର୍ଘଦିନରୁ ଖୋର୍ଦ୍ଧାରୋଡ ଆରପିଏଫ ଥାନା ସମୁଖରେ ରହିଆସୁଥିଲା । ଦିନସାରା ବୁଲାବୁଲିକରି ପାଗଳଭଳି ଏହି ସ୍ଥାନରେ ରାତ୍ରଯାପନ କରିଥାଏ । ଧୀରେ ଧୀରେ ଷ୍ଟେସନକୁ ଯାଇ ଯାତ୍ରୀମାନଙ୍କଠାରୁ ଛୋଟମୋଟ ଲୁଟ ଆରମ୍ଭ କରିଥିଲେ ହେଁ ପୁଲିସ ଏହାର ଟେର ପାଉନଥିଲା । ତେବେ ଗତ ଜାନୁୟାରୀ ମାସ ୧୭ ତାରିଖରେ ଶରତ କୁମାର ମଲ୍ଲ ନାମକ ଜଣେ ରେଳଯାତ୍ରୀଙ୍କଠାରୁ ଯାତ୍ରା ସମୟରେ ତାଙ୍କଠାରୁ ୨ଟି ମୋବାଇଲ ଫୋନ, ସୁନା ଚେନ,ନଗଦ ୨୫୦୦ଟଙ୍କା ଇତ୍ୟାଦି ଲୁଟ ହୋଇଥିବା ମଲ୍ଲ ଖୋର୍ଦ୍ଧାରୋଡ ଜିଆରଫି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ଲୁଟେରାକୁ ଧରିବାରେ ସକ୍ଷମ ହୋଇପାରିନଥିଲା । ତେଣୁ ଏହି ଘଟଣାକୁ ସ୍ପେଶାଲ ଟାକ୍ସଫୋର୍ସ ତଦନ୍ତ ଦାୟିତ୍ୱ ନେଇ ଛାନଭିନ ଆରମ୍ଭ କରିଥିଲା । ଛାନଭିନପରେ ଯାଯାବରଭାବେ ଥାନା ଅଂଚଳରେ ବୁଲୁଥିବା ଭଗିଆ ସବର ନିକଟରୁ ମୋବାଇଲ ଫୋନ ୨ଟିକୁ ରେଳପଥ ପୁଲିସ ଜବତ କରିଥିଲା । ତେବେ ନଗଦ ୨୫୦୦ ଟଙ୍କା ଏବଂ ସୁନା ଚେନ ଉପରେ ତଦନ୍ତପରେ ଉକ୍ତ ସୁନା ଚେନକୁ ଇଣ୍ଡିଆନ ବ୍ୟାଙ୍କର ଜଟଣୀ ଶାଖାରେ ୧୫ ହଜାର ଟଙ୍କାରେ ବନ୍ଧକ ପକାଇ ଟଙ୍କା ଆଣିଥିବା କହିଥିଲା । ସେହିପରି ନିଜ ପାଖରେଥିବା ନଗଦ ୨୫୦୦ଟଙ୍କାକୁ ରେଳପଥ ପୁଲିସ ଜବତ କରିଥିଲା । ଏଥି ସହିତ ଏହି ଅପରାଧ ଦିର୍ଘଦିନଠାରୁ ଚଳାଇ ଆସୁଥିବା ବେଳେ ପୁଲିସର ନିକଟବର୍ତି ହୋଇ ରହିଥିଲେ ମଧ୍ୟ ପୁଲିସ ଏହାର ସୁରାଗ ପାଇନଥିଲା ।ଅନ୍ୟପକ୍ଷରେ ଏନେଇ ତଦନ୍ତ ପ୍ରକ୍ରିୟା ଯୋରଦାର ହେବାପରେ ଉକ୍ତ ଯାଯାବର ବେଶଧାରୀ ଭଗିଆର ଜଟଣୀ ସହରସ୍ଥିତ ବିକାଶନଗର,ବିଡିଏ କଲୋନୀ ସହିତ ଆହୁରୀ ଅନେକ ସ୍ଥାନରେ ତା ନାମରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱହେବ ପ୍ଲଟ ରହିଥିବା ପୁଲିସ ଜାଣିବାକୁ ପାଇଛି । ତେବେ ଏନେଇ ଖୋର୍ଦ୍ଧାରୋଡ ଜିଆରପି ଥାନା କେଶନଂ ୩୭/୨୧ରେ ମାମଲା ରୁଜୁ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ବୋଲି ଜିଆରପିଥାନା ଓଆଇସି ଧରଣୀଧର ପ୍ରଧାନ କହିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର


