Thursday, November 12, 2026
Home ଆଞ୍ଚଳିକ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟାଳୟରେ ତାଲା ପକାଇଲେ ଶିକ୍ଷକ

ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟାଳୟରେ ତାଲା ପକାଇଲେ ଶିକ୍ଷକ

100

ବାଲିଗୁଡା,୧୬/୪{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ବିଭିନ୍ନ ସମସ୍ୟାକୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉତ୍କଳ ଶିକ୍ଷକ ସଂଘ ସଭାପତି ଶରତ ଚନ୍ଦ୍ର ଦେଶିନାୟକଙ୍କ ଆହ୍ୱାନ କ୍ରମେ ଚଳିତମାସର ଦରମା ଆଜି ପର୍ଯ୍ୟନ୍ତ ନମିଳିବା ଏବଂ ଏହି ସମସ୍ୟା ଲାଗି ରହୁଥିଲେ ବି ସମାଧାନ ନହେବାରୁ ବ୍ଲକର ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ଖବରପାଇ ଏସ୍ଆଇ ଜୟନ୍ତ କୁମାର ସେଠୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁଝାସୁଝା କରିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବଚରଣ ନାୟକଙ୍କ ସହ ଆଲୋଚନା କରିଥିଲେ। ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ନାୟକ ମାସକ ଭିତରେ ସମସ୍ତ ସମସ୍ୟାର ସମାଧାନ କରିବାର ଲିଖିତ ପ୍ରତିଶ୍ରୁତି ଦେବାପରେ ବିକ୍ଷୋଭରତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟାଳୟ ତାଲା ଖୋଲିବା ସହ ବିକ୍ଷୋଭ ପ୍ରତ୍ୟାହୃତ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନରେ ଉତ୍କଳ ଶିକ୍ଷକ ସଂଘର ବ୍ଲକ ସଭାପତି ଶରତ ଚନ୍ଦ୍ର ଦେଶିନାୟକ, ସମ୍ପାଦକ ସରତ ଚନ୍ଦ୍ର ମାଝୀ, ଜିଲ୍ଲାପରିଷଦ ଶିକ୍ଷକ ସଂଘର କନ୍ଧମାଳ ଜିଲ୍ଲା ସଭାପତି କୁମର ପରାସେଠ୍ ପ୍ରମୁଖ ଉପସ୍ଥିତ ଥିଲେ।