
ବାଲିଗୁଡା,୧୫/୪{ ସୁକାନ୍ତ କୁମାର ତ୍ରିପାଠୀ } : ସ୍ଥାନୀୟ ବନବାସୀ ସେବା ସମିତି ପରିସରରେ ଶାଳ ବଣ ସଂସଦ ପକ୍ଷରୁ ମହା ବିଷୁବ ସାହିତ୍ୟ ଓ କବିତା ସମ୍ବିଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ବନବାସୀ ସେବା ସମିତି ର ସମ୍ପାଦକ ଉସ୍ଛବଚନ୍ଦ୍ର ଜେନା, ଉଦ୍ଘାଟକ କୈ।ଶିକ ସାହୁ,ସଭାପତି ଡ଼ଃ ମଧୁସୂଦନ ମହାପାତ୍ର, ସମ୍ମାନନୀୟ ଅତିଥି ଡାକ୍ତର ରଶ୍ମି ପଟ୍ଟନାୟକ, କୁରେଇ ର ମୁଖ୍ୟ ସମ୍ପାଦକ ଡଃ ବିଭୂତି ଭୂଷଣ ଆଚାର୍ଯ୍ୟ, ସମ୍ପାଦକ ରବୀନ୍ଦ୍ର ନାଥ ରଥ ଯୋଗ ଦେଇଥିଲେ । ସଂସଦ ର ମୁଖପତ୍ର କୁରେଇ ଶୁଭ ଉନ୍ମୋଚିତ ହୋଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ର କନ୍ଧମାଳ ଜିଲ୍ଲା ପ୍ରତିନିଧି ଗିରିଜା ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାଗବତ ଟୁଙ୍ଗି ର ପୁନରୁଦ୍ଧାର ପାଇଁ ଉଦ୍ୟମ ଲୋଡା ବୋଲି କହିଥିଲେ ଓ ଗିରିଜା ପ୍ରସାଦ ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା । ମିହିର ପାଢ଼ୀ ଅତିଥି ପରିଚୟ ଦେଇଥିଲେ ।ଉପ ସଭାପତି ପ୍ରହ୍ଲାଦ ପ୍ରସାଦ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନ ରେ ସ୍ବରଚିତ କବିତା ପାଠ ଉତ୍ସବରେ ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତି ତ୍ଵରେ ବିଦେଶୀ ନାୟକ, କୁମୁଦିନୀ ମହାରଣା, ଦୀପ୍ତିମୟୀ ରଥ, ସସ୍ମିତା ପଣ୍ଡା ଙ୍କ ବଳିଷ୍ଠ ସଂଯୋଜନା ରେ କୈଳାସ ବେହେରା, ସୋମନାଥ ସାହୁ, ବିଶ୍ଵଜିତ ଜେନା, ଶରତ ମିଶ୍ର ବଳରାମ ଗୈ।ଡ଼, ସଞୟ ସାହୁ, ବିଦେଶୀ ନାୟକ, କୁମୁଦିନୀ ମହାରଣା, ଦୀପ୍ତିମୟୀ ରଥ, ସସ୍ମିତା ପଣ୍ଡା, ପ୍ରତ୍ୟୁଷ ରଞ୍ଜନ ଶତପଥୀ, ଗିରିଜା ପ୍ରସାଦ ମିଶ୍ର ରବୀନ୍ଦ୍ର ନାଥ ରଥ, ସୀମାଙ୍ଚଳ ମହାରଣା ସ୍ବରଚିତ କବିତା ପାଠ କରିଥିଲେ ।


