Saturday, November 14, 2026
Home ଆଞ୍ଚଳିକ ୩ ଅଭିଯୁକ୍ତ ଗିରଫ,୩ ବାଇକ ଜବତ

୩ ଅଭିଯୁକ୍ତ ଗିରଫ,୩ ବାଇକ ଜବତ

77

ଜଟଣୀ,୧୫/୪(ଜିଲ୍ଲା ଖଵର) : ମସିହା ମାର୍ଚ୍ଚ ମାସ ୮ ତାରିଖ ଅପରାହ୍ନରେ ଜଟଣୀଥାନା ଅନ୍ତର୍ଗତ ବେଣାପଜଂରୀ ଗ୍ରାମର ସାହିଦା ବିବିଙ୍କ ଘରଉପରକୁ ବୋମାମାଡ କରିଥିବା ନେଇ ସାହିଦା ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଏଥିରେ ସମ୍ପୃକ୍ତ ବେଣାପଜଂରୀ ଗ୍ରାମର ଅମିରୁଦ୍ଧିନ ଓରଫ ଅମିର ଖାନ(୩୦)କୁ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ତାଠାରୁ ଏକ ବଜାଜ ପଲସର-୨୨୦ବାଇକ ଓ ୟାମାହା ଏଫଜେଡ୍ ବାଇକକୁ ଜବତ କରିଛି । ଉକ୍ତ ବାଇକ ୨ଟିକୁ ଅଭିଯୁକ୍ତ ଅମିର ବ୍ରହ୍ମପୁର ଏବଂ ଖୋର୍ଦ୍ଧାଜିଲା ଟାଙ୍ଗି ଅଂଚଳରୁ ଚୋରି କରିଆଣିଥିବା ପୁଲିସ ସୁଚନା ଦେଇଛି । ସେହିପରି ଭୂବନେଶ୍ୱର ଖଣ୍ଡଗିରୀ ଅଂଚଳରୁ ମହିନ୍ଦ୍ରା ବୋଲେରୋ ପିକ୍‌ଅପ୍ ଭ୍ୟାନ ଲୁଟ ଘଟଣାରେ ଅମିର ସମ୍ପୃକ୍ତଥିବା ପୁଲିସ କହିଛି । ଏନେଇ ଜଟଣୀଥାନା କେଶନଂ ୧୨୯/୨୧ରେ ମାମଲା ରୁଜୁ ହୋଇଥିଲା । ସେହିପରି ଏହିଥାନା ଅନ୍ତର୍ଗତ ଦେଉଳବସ୍ତ ଗ୍ରାମର ଦେବାଶିସ ରାୟଙ୍କ ଘରେ ଲୁଟ ହୋଇଥିବା ନେଇ ଦେବାସିଶ ଜଟଣୀଥାନାରେ ମାର୍ଚ୍ଚ ୭ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗନୁଯାୟୀ,ଦେବାଶିସଙ୍କ ଘରେ ମାର୍ଚ୍ଚ ୧୧ତାରିଖ ରାତିରେ କେହି ଦୁର୍ବୁତ ଘରେପଶି ସୁନା ଅଳଙ୍କାର, ଟଙ୍କା ଓ ମୋବାଇଲ ଫୋନ ଇତ୍ୟାଦି ଲୁଟି ନେଇଥିବା ଦେବାଶିସ ମାର୍ଚ୍ଚ ୧୨ ତାରିଖରେ ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ଏଥିରେ ସମ୍ପୃକ୍ତ ଜଟଣୀଥାନା ଅନ୍ତର୍ଗତ ବେଣାପଜଂରୀ ଗ୍ରାମର ରାଜାବାବୁ ଓରଫ ରମଜାନ ଖାନ୍‌(୨୨)କୁ ଗିରଫକରି କେଶନଂ ୧୨୬/୨୧ରେ ମାମଲା ରୁଜୁକରି ଆଜି ପୁଲିସ କୋର୍ଟ ଚାଲାଣ କରିଛି । ସେହିପରି ଜଟଣୀଥାନା ଅଂଚଳରୁ ୨୦୨୧ ମସିହା ଫେବୃୟାରୀ ୧୨ ତାରିଖରେ ଓଡି ୩୩ଏକ୍ସ ୪୪୬୮ ବିଶିଷ୍ଟଏକ ହିରୋହୋଣ୍ଡା ଗ୍ଲାମର ମୋଟର ସାଇକେଲ ଚୋରି ହୋଇଥିବା ବେଳେ ବୁଧବାର ପୁଲିସ ଖୋର୍ଦ୍ଧାଜିଲା ଟାଙ୍ଗିଥାନା ଅଧିନସ୍ଥ ଦିକ୍ଷୀିତପଡା ଉପରସାହିରୁ ଜବତ କରିଥିଲା । ଏଥିରେ ସଂପୃକ୍ତ ଦିକ୍ଷୀତପଡା ଗ୍ରାମ ଉପରସାହିର ନଜିଦ ଖାନ(୩୫)କୁ ଗିରଫ କରିଛି । ଏନେଇ ଜଟଣୀଥାନା କେଶନଂ ୯୦/୨୧ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରିଛି ।

ରୀପୋର୍ଟ ,ସଞ୍ଜୀବ କୁମାର