
ଭୁବନେଶ୍ୱର, ୧୫/୦୪/୨୧ (ଜିଲ୍ଲା ଖବର) : ପିପିଲି ଉପନିର୍ବାଚନ ସ୍ଥଗିତ ସମ୍ପର୍କରେ ସିଇଓଙ୍କ ପ୍ରେସମିଟ୍ । ପିପିଲି ପାଇଁ ହେବ ସାନି ବିଜ୍ଞପ୍ତି । ସମ୍ପୂର୍ଣ୍ଣ ନିର୍ବାଚନ ସିଡ୍ୟୁଲ ଆଉ ଥରେ ପ୍ରକାଶ ପାଇବ । ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ଏନେଇ ଆଜି ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଛି । ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇଦିଆଯାଇଛି । ନିର୍ବାଚନ କମିଶନ ଯେଉଁ ତାରିଖ ଘୋଷଣା କରିବେ ସେହି ଅନୁସାରେ ଭୋଟ ଗ୍ରହଣ ହେବ ବୋଲି ସେ କହିଛନ୍ତି । ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା । କିନ୍ତୁ ହଠାତ କାଲି ଗୋଟିଏ ଦୁଃଖଦ ଘଟଣା ଘଟିଛି । ରିଟର୍ଣ୍ଣିଂ ଅଫିସରଙ୍କ ପାୱାର ବଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ କମିଶନ ସାନି ତାରିଖ ଘୋଷଣା କରିବେ । ଯେଉଁ ଦିନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ତାହାର 7 ଦିନ ଭିତରେ ନୋମିନେଶନ ଫାଇଲ ହେବ । ଯେଉଁ ପ୍ରକ୍ରିୟା ରହିଛି ସେହି ଅନୁସାରେ ନିର୍ବାଚନ ହେବ । ଅତିକମରେ କଂଗ୍ରେସ ପ୍ରାଥିଙ୍କୁ 15 ଦିନ ସୁଯୋଗ ଦିଆଯିବ ପ୍ରଚାର କରିବା ପାଇଁ । କେବଳ ଜାତୀୟ କଂଗ୍ରେସ ପ୍ରାର୍ଥୀ ହିଁ ନୋମିନେଶନ ଫାଇଲ ପାରିବେ । ଆମେ ଗତକାଲି ପ୍ରାର୍ଥୀଙ୍କ ମୃତ୍ୟୁ ଖବର ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଛୁ । ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ନିର୍ଦେଶକୁ ଅପେକ୍ଷା କରିଛୁ । ଯେବେ ବି ତାରିଖ ଘୋଷଣା ହେବ ତାହା ପରେ ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସୁଶୀଲ କୁମାର ଲୋହାନି ।


