
୧୫/୦୪/୨୧ (ଜିଲ୍ଲା ଖବର) : ହାଇଦର ଫେରାର ହେବାକୁ ଜେଲରୁ ହୋଇଥିଲା ଯୋଜନା । ଚୌଦ୍ୱାର ଜେଲରୁ ଚମ୍ପଟ ମାରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ହାଇଦର । ଚୌଦ୍ଵାର ସର୍କଲ ଜେଲରେ ସେକ ମୁନ୍ନା ଓ ୟାକୁବ ହୋଇଥିଲେ ଭେଟ । ହାଇଦରର ବଡ଼ ପୁଅ ସେକ ମୁନ୍ନା ସହ ଜେଲରେ ୟାକୁବର ଆରମ୍ଭ ହୋଇଥିଲା ସଂପର୍କ । କିଛି ମାସ ହେବ କେନ୍ଦ୍ରାପଡ଼ା ଯାଉଥିଲା ୟାକୁବ । ହାଇଦରର ଦୁଇ ପୁଅ ସେକ ଆଜାରୁଦ୍ଦିନ ଓ ସେକ ଚୁନେଇକୁ ଭେଟୁଥିଲେ । ୟାକୁବ ମୋବାଇଲରେ ହାଇଦରର ପରିବାର ସଦସ୍ୟ ଓ ସହଯୋଗୀଙ୍କ ଥିଲା ଫୋନ୍ ନମ୍ବର । ହାଇଦର ସହଯୋଗୀ ୟାକୁବ ଖାନକୁ ଜେରା କରୁଛି କମିଶନରେଟ ପୋଲିସ । ଆଜାରୁଦ୍ଦିନ କିଛି ସପ୍ତାହ ପୂର୍ବରୁ ସିଡିଏର ଏକ ଘରୋଇ ହସ୍ପିଟାଲକୁ ଆସିଥିଲା । ବାମ ଗୋଡ଼ ଚିକିତ୍ସା ପାଇଁ ସିଡିଏର ଏକ ଘରୋଇ ହସ୍ପିଟାଲ ଆସିଥିଲା । ଜରୁରୀ କାମ ଅଛି ବୋଲି କହି ତୁରନ୍ତ ଗୋଡ଼ରୁ ରଡ଼ କାଢ଼ିବା ପାଇଁ ଡାକ୍ତରଙ୍କୁ କହିଥିଲା ହାଇଦର । ହାଇଦର ସହଯୋଗୀ ୟାକୁବ ଖାନକୁ ଜେରା କରୁଛି କମିଶନରେଟ ପୋଲିସ । ହାଇଦରକୁ ଫେରାର କରେଇବା ପାଇଁ ଦୁଇ ପୁଅ ବୁଲିଥିଲେ ମେଡିକାଲ । ବଡ଼ ମେଡ଼ିକାଲର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ବାଟ ବୁଲି ଦେଖି ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ । ଏଥିରେ ଦୁଇ ପୁଅକୁ ନିଜେ ସହଯୋଗ କରିଥିଲା ୟାକୁବ ।


