
ନୂଆଦିଲ୍ଲୀ,୧୫/୦୪/୨୧ (ଜିଲ୍ଲା ଖବର) : ବିଗ୍ବସ୍ ସିଜିନ୍ ୧୪ ମାଧ୍ୟମରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିଥିବା ସିଙ୍ଗର, ରାହୁଲ ବୈଦ୍ୟା ଖୁବ୍ ଶୀଘ୍ର ତାଙ୍କର ନୂଆ ମ୍ୟୁଜିକ୍ ଭିଡିଓ ସହିତ ନଜର ଆସିବାକୁ ଯାଉଛନ୍ତି । ଏହି ମ୍ୟୁଜିକ୍ ଭିଡିଓରେ ସେ ତାଙ୍କର ଗର୍ଲଫ୍ରେଣ୍ଡ୍ ଦିଶା ପରମାରଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି । ତାଙ୍କର ଏହି ନୂଆ ଭିଡିଓର ନାଁ ରହିଛି Madhanya । ଏହାର ଫାଷ୍ଟଲୁକ୍ ମଧ୍ୟ ରିଲିଜ୍ କରି ଦିଆଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟରରେ ଦୁହେଁ ବର-ବଧୂ ବେଶରେ ନଜର ଆସୁଛନ୍ତି । ରାହୁଲ ସୋସିଆଲ ମିଡିଆରେ ତାଙ୍କର ଏହି ନୂଆ ଗୀତର ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, ‘ ମୋ ଗୀତ Madhanya ଫାଷ୍ଟ ଲୁକ୍ ରିଲିଜ୍ କରୁଛି । ମୁଁ ଜାଣିଛି ଏହି ଗୀତକୁ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ । ଏହା ଏକ ବିବାହ ସହ ଜଡିତ ଖୁବ୍ ସୁନ୍ଦର ଗୀତ ହେବାକୁ ଯାଉଛି ।ସେ ଏହି ପ୍ରୋଜେକ୍ଟକୁ ନେଇ ବେଶ ଖୁସି ଅଛନ୍ତି ଏବଂ ତାଙ୍କର ପୁରା ବିଶ୍ୱାସ ଯେ, ଦିଶାଙ୍କ ସହ ତାଙ୍କ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିବ ।କେବଳ ରାହୁଲଙ୍କ ତରଫରୁ ନୁହେଁ ,ବରଂ ଦିଶା ପରମାର ମଧ୍ୟ ଏହି ଗୀତର ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।ତାଙ୍କର ଏହି ନୂଆ ଗୀତଟି ୧୮ ଏପ୍ରିଲରେ ରିଲିଜ୍ ହେବାକୁ ଯାଉଛି ।


