
ପୁରୀ,୧୫/୦୪/୨୧ (ଜିଲ୍ଲା ଖବର) : ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଉତ୍ତେଜନା । ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କଲେଜର ମୁଖ୍ୟ ଫାଟକ ଭାଙ୍ଗି ଦେଇଥିବା ଜଣାପଡିଛି । ଏଭଳିକି ପୋଲିସ ଓ ଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଯୁକ୍ତ ତିନି ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଅନଲାଇନ କ୍ଲାସ ହୋଇପାରିନାହିଁ । ଏଭଳିକି ଅଫଲାଇନ କ୍ଲାସ ସମୟରେ ଅଧିକାଂଶ ଅଧ୍ୟାପକ କଲେଜକୁ ଆସି କ୍ଲାସ କରିନାହାନ୍ତି । ଏଭଳି ସ୍ଥଳେ ଆଉ 10 ଦିନ ପରେ ତୃତୀୟ ସେମିଷ୍ଟାର ପରୀକ୍ଷା ହେବା ପାଇଁ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । କ୍ଲାସ ନହୋଇ ଆବଶ୍ୟକ କୋର୍ସ ସରି ନଥିବାବେଳେ ଏଭଳି ସ୍ଥଳେ ପରୀକ୍ଷା ହେବା ସମ୍ଭବ ନୁହେଁ ବୋଲି ଅଭିଯୋଗ ଆଣି ଛାତ୍ରୀମାନେ ଧାରଣା ଦେଇଛନ୍ତି ।



