Monday, November 16, 2026
Home ଆଞ୍ଚଳିକ ରାଜଧାନୀର ଉତ୍କଳ ହସ୍ପିଟାଲରେ ବନ୍ଧା ପଡିଛି ଶବ, ୧ ଲକ୍ଷ ୫୬ ହଜାର ଟଙ୍କା ପାଇଁ...

ରାଜଧାନୀର ଉତ୍କଳ ହସ୍ପିଟାଲରେ ବନ୍ଧା ପଡିଛି ଶବ, ୧ ଲକ୍ଷ ୫୬ ହଜାର ଟଙ୍କା ପାଇଁ ଶବ ବନ୍ଧା

24

ଭୁବନେଶ୍ୱର, ୧୫/୦୪/୨୧ (ଜିଲ୍ଲା ଖବର) : ରାଜଧାନୀର ଉତ୍କଳ ହସ୍ପିଟାଲରେ ବନ୍ଧା ପଡିଛି ଶବ । ୧ ଲକ୍ଷ ୫୬ ହଜାର ଟଙ୍କା ପାଇଁ ଶବ ବନ୍ଧା ପଡିଛି । ପୁରୀ ଜିଲ୍ଲା କଣାସ ବ୍ଲକର ତାରା ପ୍ରସାଦ ଜଗଦେବ । ପେଟ ରୋଗର ଚିକିତ୍ସା ପାଇଁ ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ଆସିଥିଲେ । ୩ ଦିନ ଭିତରେ ହସ୍ପିଟାଲ କର୍ତ୍ତୃପକ୍ଷ ୩ ଲକ୍ଷ ଟଙ୍କାର ବିଲ ଦେଇଛନ୍ତି । ଏବେ ରୋଗୀ ମରିବା ପରେ ଅଧିକ ବିଲ ଦେଇ ଜୋର ଜବରଦସ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଟଙ୍କା ନଦେଲେ ଶବ ନଛାଡିବାକୁ କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ତେବେ ଏଭଳି ଘଟଣା ବାରମ୍ୱାର ସାମ୍ନାକୁ ଆସୁଥିବାବେଳେ ଏନେଇ କୌଣସି ପ୍ରକାରର ବଡ ଧରଣର ପଦକ୍ଷେପ ଗ୍ରହଣ କରାଗଲେ ଏସ୍ଥିତି ସାମ୍ନାକୁ ଆସନ୍ତାନାହିଁ । ଅନ୍ୟପଟେ ସାଧାରଣ ଗରିବ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।