କୋଇଡ଼ା ପରେ ମାଲକାନଗିରି, ରାସ୍ତାରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବୃଦ୍ଧା

11

ମାଲକାନଗିରି, ୧୫/୦୪/୨୧ (ଜିଲ୍ଲା ଖବର) :  କୋଇଡ଼ା ପରେମାଲକାନଗିରିରୁ ଆସିଲା ଅଭାବନୀୟ ଦୃଶ୍ୟ । ଭୋକ ଏଠି ଆଉ ସବୁ ଉପରେ ଭାରି । ରାସ୍ତାରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବୃଦ୍ଧା  । ତଳେ ପଡ଼ିଯିବା ପରେ ବି ବାଧ୍ୟ କରୁଛି ପରିସ୍ଥିତି  । ଭାଇରାଲ ଭିଡିଓକୁ ନେଇ ଉଦବେଗ ପ୍ରକାଶଛି  । ଏ ବୁଢ଼ୀ ମାଉସୀଙ୍କ ପାଇଁ ଖାଦ୍ୟର ମହତ୍ତ୍ୱ କେତେ ଆପଣ ମାନେ ଦେଖନ୍ତୁ  । ଆପଣଙ୍କୁ ହୁଏତ ଏ ଦୃଶ୍ୟ ବିଚଳିତ କରୁଥିବ, ଦୁଃଖ ବି ଆସୁଥିବ। କିନ୍ତୁ ଏହା ହିଁ ବାସ୍ତବତା । ଗରିବ ମାଉସୀଙ୍କ ନେଉଥିବା ଖାଦ୍ୟ ତଳେ ପଡ଼ିଯିବା ପରେ ବି ସେ ତାକୁ ଗୋଟାଇ ଖାଉଛନ୍ତି । ରାସ୍ତାରେ ପଡ଼ିଯାଇଥିଲେ ବି ସେ ଏ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । କିଛିଦିନ ତଳେ ଆମେ ସୁନ୍ଦରଗଡ଼ କୋଇଡ଼ାର ଦୃଶ୍ୟ ଆପଣଙ୍କୁ ଦେଖାଇଥିଲୁ  । ଯେଉଁଠି ଗୋଟିଏ କୁନି ପିଲା ଅଇଁଠାପତ୍ର ଚାଟୁଥିଲା । କିନ୍ତୁ ସେଥିରେ କିଛି ଖାଦ୍ୟ ବି ନଥିଲା ।