
ନୂଆଦିଲ୍ଲୀ , ୧୫/୦୪/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମିତ ହୋଇଛନ୍ତି ଅଭିନେତା ରାହୁଲ ରୟ ଏବଂ ତାଙ୍କ ପରିବାର । ରାହୁଲ ରୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ କହିଛନ୍ତି ଯେ, ସେ ବୁଝିପାରୁ ନାହିଁ ,ବାହାରକୁ ନଯାଇ , ବାହାର ଲୋକଙ୍କ ସହ କଥାବାର୍ତ୍ତା ନକରି ସେମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ କେମିତି ଆସିପାରେ ।
ଆଗକୁ ସେ କହିଛନ୍ତି ଯେ, ମୋର ପୋଡଶୀଙ୍କୁ କରୋନା ହେବାପରେ ଆମେ ଆମ ଫ୍ଲୋରକୁ ସିଲ୍ କରି ଦେଇଥିଲୁ । ଏହା ସହିତ ୧୪ ଦିନ ପାଇଁ ନିଜକୁ ହୋମ୍ କ୍ୱାରେଣ୍ଟାଇନରେ ରଖିଥିଲୁ । ମତେ ଏବଂ ମୋ ପରିବାରକୁ ଦିଲ୍ଲୀ ଯିବାର ଥିଲା । ଏହାପରେ କରୋନା ଟେଷ୍ଟ କରାଇଥିଲୁ । ଏହାପରେ ରିପୋର୍ଟ ମିଳିଥିଲା ମୋର ପୁରା ପରିବାର କରୋନା ପଜିଟିଭ୍ ହୋଇଛନ୍ତି । ଆମ ପାଖରେ କୌଣସି ଲକ୍ଷଣ ନଥିଲା ।

Rahul Roy at Panache Club Launch. Photo: FilmiTadka.
ଏହା ସହିତ ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଆଶା କରୁଛନ୍ତି ଖୁବ୍ ଶୀଘ୍ର ତାଙ୍କର ରିପୋର୍ଟ ନେଗେଟିଭ୍ ଆସିବ ।



