
ବାଲିଗୁଡା,୧୫/୪{ ସୁକାନ୍ତ କୁମାର ତ୍ରିପାଠୀ } : କରୋନା କଟକଣା ଅନୁଯାୟୀ ସ୍ଥାନୀୟ ମା’ ଦଣ୍ଡକାଳୀଙ୍କ ଦଣ୍ଡ ଯାତ୍ରା ଶେଷ ହୋଇ ମାସନ୍ତ ଓ ସଂକ୍ରାନ୍ତି ମେରୁ ପର୍ବ ସମାପ୍ତ ହୋଇଯାଇଛି । ଦୀର୍ଘ 13 ଦିନ ଧରି ମାସନ୍ତ ଓ ସଂକ୍ରାନ୍ତି ଦଣ୍ଡ ଯାତ୍ରାର ରୀତି ନୀତି ଅନୁଯାୟୀ ସ୍ପଳ୍ପ ମାନସିକ ଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଚଳିତ ମାସ ଏକ ତାରିଖରୁ ଆରମ୍ଭ ହୋଇ ଶେଷ ହୋଇଯାଇଛି। ପ୍ରଥମରୁ ଦଣ୍ଡୁଆ ଭାଇ ମାନେ ଭକ୍ତିର ସହ ମା’ ଦଣ୍ଡ କାଳୀଙ୍କୁ ସ୍ମରଣ କରି ଧୂଳି ଦଣ୍ଡ,ପାଣି ଦଣ୍ଡ ସାରିବା ପରେ ମା’ଙ୍କ ପୂଜାରୀ ମା’ ଦକ୍ଷିଣ କାଳୀଙ୍କୁ ଆବାହନ କରି ରୀତି ନୀତି ଅନୁସାରେ ମେରୁ କାର୍ଯ୍ୟ ସମାପ୍ତ କରିଥିଲେ। ତେବେ କରୋନା କଟକଣା ଯୋଗୁଁ କେବଳ ନୀତିକାନ୍ତି ରେ ଠାକୁର ଙ୍କ ପୂଜା ଅର୍ଚ୍ଚନା କରାଯିବା ସହ ଭକ୍ତ ଙ୍କ ସମାଗମକୁ ବାରଣ କରି ଦୂରତ୍ୱ ବଜାୟ ରଖାଯାଇଛି |



